ପୋଲସରା: ବଣ ଭୋଜି କରିବାକୁ ଯାଇଥିଲେ ଦୁଇ ଗୋÂୀ । ହେଲେ କୌଣସି କାରଣରୁ ଉଭୟ ପକ୍ଷର ଯୁବକ ମୁହାଁମୁହିଁ ହୋଇଗଲେ । ପ୍ରତିପକ୍ଷର କାଠ ଫାଳିଆ ଆକ୍ରମଣରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ଗାଁର ବାବୁଲା ପ୍ରଧାନ । ଗୁରୁତରମାନେ ହେଲେ ସେହି ଗାଁର ରାଧାଶ୍ୟାମ ପ୍ରଧାନ, ପ୍ରସନ୍ନ ପ୍ରଧାନ ଓ ସନ୍ୟାସୀ ପୋଲେଇ । ରବିବାର ଅପରାହ୍ଣରେ ଏହି ଘଟଣା ଘଟିଛି ।
ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସୂଚନା ମୁତାବକ ପୋଲସରା ବ୍ଲକ୍ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ଗୋଟିଏ ଗୋÂୀ ଏବଂ ପୋଲସରା ଏନ୍ଏସି ଅନ୍ତର୍ଗତ ନିଗମ ନଗର ଅଞ୍ଚଳର ଗୋଟିଏ ଗୋÂୀ ବଣଭୋଜି କରିବାକୁ ଯାଇଥିଲେ । ଧନେଇ ଜଳଭଣ୍ଡାରଠାରୁ ପ୍ରାୟ ତିନି କିଲୋମିଟର ଦୂର ରାଇମାଳ ଦେବୀ ପୀଠରେ ବଣଭୋଜି ଚାଲିଥିଲା । ମନ୍ଦିର ଅନ୍ୟମାନଙ୍କ ପାଇଁ ବନ୍ଦ ଥିଲେ ହେଁ ଏହା ନିକଟରେ ଉଭୟ ଗୋÂୀ ପୃଥକ୍ ଭାବେ ରନ୍ଧାବଢ଼ା ସହ ଖାଇବା ପିଇବା ବ୍ୟବସ୍ଥା କରିଥିଲେ । କିନ୍ତୁ ଅପରାହ୍ଣରେ କୌଣସି କାରଣରୁ ଉଭୟ ଗୋÂୀ ମଧ୍ୟରେ ବଚସା ଆରମ୍ଭ ହୋଇ ଗଣ୍ଡଗୋଳ ଘଟିଥିଲା । ଉଭୟ ଗୋÂୀ ପରସ୍ପରକୁ ଆକ୍ରମଣ କରିଥିଲେ । ତେବେ ଏନ୍ଏସି ଗୋÂୀର ଯୁବକଙ୍କ ଆକ୍ରମଣରେ ବାବୁଲାଙ୍କ ଜୀବନ ଚାଲି ଯାଇଥିଲା । ଅନ୍ୟ ୩ ଜଣ ଆହତ ହେବା ପରେ ସମସ୍ତେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.