ନବରଙ୍ଗପୁର,(ବି.ବି.ନୁ୍ୟଜ): ଭୁଶୁଡି ପଡିଲା ବିଜୁ ସେତୁ । ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତୁ୍ୟ ହେଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରୁ ମାତ୍ର ୪ କିମି ଦୂର ତାଲାପଦର ଗାଁ ପାଖରେ ରବିବାର ଏହି ଦୁର୍ଘଟଣା ଘଟିଛି । ମୃତ କର୍ମଚାରୀ ହେଲେ ରାଇଘର ଅଞ୍ଚଳର ମହେନ୍ଦ୍ର ମାଳି । ଏଥିରେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏମାନେ ହେଲେ ପ୍ରକାଶ ଭୋଇ(୫୦), ରମେଶ ଭୋଇ(୫୦) ଓ ସନ୍ତୋଷ ଭୋଇ(୪୫) । ଆହତଙ୍କ ଘର ପୁରୀ ଜିଲ୍ଲା ବେହେରାପାରା ଓ ପାତ୍ରପାରା ଗାଁରେ ଜଣାପଡିଛି । ଏମାନଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେତୁ ସ୍ଲାବ୍ ତଳେ ଆଉ ଶ୍ରମିକ ଚାପି ହୋଇଥିବା ସନେ୍ଦହରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି ।
ସୂଚନା ଅନୁସାରେ, ତାଲାପଦର ଗାଁ ନିକଟ ନାଗୀ ନାଳ ଉପରେ ୨ କୋଟି ୪୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ଚାଲିଥିଲା । ରବିବାର ସେତୁର ଦ୍ୱିତୀୟ ଓ ତୃତୀୟ ପିଲ୍ର ମଝିରେ ସ୍ଲାବ ଢଳେଇ ହୋଇଥିଲା । କିନ୍ତୁ ସନ୍ଧ୍ୟା ପ୍ରାୟ ୫ ଟାରେ ସ୍ଲାବ ଭୁଶୁଡି ପଡିଥିଲା । ଏହାର ତଳେ କାମ କରୁଥିବା ଶ୍ରମିକ ଓ ଉକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଚାପି ହୋଇ ରହିଯାଇଥିଲେ । ତୁରନ୍ତ ସାଥୀ ଶ୍ରମିକ ଓ ଗାଁ ଲୋକ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ମହେନ୍ଦ୍ରଙ୍କର ମୃତୁ୍ୟ ହୋଇଥିଲା । ନିମ୍ନମାନର କାମ ଯୋଗୁ ସ୍ଲାବ ଭୁଶୁଡିଥିବା ବେଳେ ଏହାର ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ବିଭାଗୀୟ ଯନ୍ତ୍ରୀ ଅବା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥବା ଜଣାପଡିଛି । ଏ ସମ୍ପର୍କରେ ଉମରକୋଟ ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲଙ୍କୁ ପଚାରିବାରୁ ରାଇଘରରୁ ଫେରୁଥିବା କହିବା ସହ ଘଟଣା ବିଷୟରେ ସ୍ପଷ୍ଟ କହି ପାରିବେ ନାହିଁ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.