ଜଣେ ହାର୍ଡକୋର ମାଓବାଦୀ ନିହତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛି । ମାଓକ୍ୟାମ୍ପ୍ରୁ ବହୁ ପରିମାଣର ଗୋଳାବାରୁଦ, ବନ୍ଧୁକ ଜବତ ହୋଇଛି । ସୀମାନ୍ତ ଦନ୍ତେୱାଡ଼ା ଜିଲ୍ଲା କରିଣ୍ଡୁଲ ଥାନା ଅଧୀନ ବେଙ୍ଗପାଲ ଜଙ୍ଗଲରେ ମାଓବାଦୀଙ୍କ ଗୁପ୍ତ କ୍ୟାମ୍ପ୍ ଚାଲିଥିବାର ଖବରପାଇ ସେଠାକୁ ଡିଆର୍ଜି ଯବାନମାନେ କମ୍ବିଂ ଅପରେସନରେ ଯାଇଥିଲେ । ଯବାନଙ୍କୁ ଦେଖି ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲେ ଯବାନ । ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଯବାନମାନଙ୍କୁ ମୁକବିଲା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲରେ ଲୁଚି ପଳାଇଥିଲେ । ସେହି ଜଙ୍ଗଲରେ ସର୍ଚ୍ଚ ଅପରେସନ କରିବା ପରେ ଯବାନ ମାନେ ହାର୍ଡକୋର୍ ମାଓବାଦୀର ମୃତଦେହ ପାଇଥିଲେ । ଏହାସହ ମାଓକ୍ୟାମ୍ପ୍ରୁ ବନ୍ଧୁକ, ଗ୍ରେନେଡ୍, ଲ୍ୟାଣ୍ଡ୍ମାଇନ, ଜିଲୋଟିନ୍, କିଟ୍ ବ୍ୟାଗ ସହ ବହୁପରିମାଣର ମାଓବାଦୀଙ୍କ ସାମଗ୍ରୀ ଜବତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons