ଜନ୍ତୁ ଶିକାର ପାଇଁ ଲାଗିଥିଲା ବିଦୁ୍ୟତ ଫାଶ:ବାପା-ପୁଅ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ବୀରମହାରାଜପୁର, (ବି.ବି.ନୁ୍ୟଜ୍): ଜନ୍ତୁ ଶିକାର ପାଇଁ ଲଗାଯାଇଥିଲା ବିଦୁ୍ୟତ ଫାଶ । କୌଣସି ବନ୍ୟଜନ୍ତୁ ପଡ଼ିବା ବଦଳରେ ମାଛ ମାରିବାକୁ ଯାଇଥିବା ଗୋଟିଏ ପରିବାରର ତିନିଜଣ ଏହି ଫାଶରେ ପଡ଼ିଥିଲେ । ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତୁ୍ୟ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପୀତାମହୁଲ ଗାଁରେ । ମୃତକମାନେ ହେଲେ ପୀତାମହୁଲ ଗାଁର ସହଦେବ ସାହୁ ଓ ତାଙ୍କ ବଡ଼ପୁଅ ଦେବାନନ୍ଦ(୩୨) । ଡାକ୍ତରଖାନାରେ ସାନପୁଅ ଅରୁପାନନ୍ଦ(୨୫) ଚିକିତ୍ସାଧୀନ ଅଛନ୍ତି ।
ସୂଚନାମତେ ବୀରମହାରାଜପୁର ବନାଞ୍ଚଳର ଦୁରଦୁରା ବନପାଳ ଅଧୀନ ପୀତାମହୁଲ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ବାଉରିଯୋରକୁ ଗୁରୁବାର ବିଳମ୍ବିତ ରାତ୍ରିରେ ଗାଁର ସହଦେବ ଏବଂ ତାଙ୍କ ଦୁଇପୁଅ ଦେବାନନ୍ଦ ଓ ଅରୁପାନନ୍ଦ ମାଛ ମାରିବାକୁ ଯାଇଥିଲେ । ହେଲେ ସେଠାରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ବାପା ସହଦେବ ଏବଂ ବଡ଼ପୁଅ ଦେବାନନ୍ଦଙ୍କ ମୃତୁ୍ୟ ହୋଇଥିଲା । ଅରୁପାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସୋନପୁର ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ବୀରମହାରାଜପୁର ପୁଲିସ ଘଟଣାର ତଦନ୍ତ କରୁଛି ।
ପ୍ରକାଶ ଥାଉକି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ବାଉରିଯୋରକୁ ମାଛ ମାରିବା ପାଇଁ ଗୋଟିଏ ପରିବାରର ତିନିଜଣ ଯାଇ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସିବା, ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହେବା ଏବଂ ଅରୁପାନନ୍ଦଙ୍କୁ ଗୁରୁତର ଆହତ ହୋଇଥିବା ଶୁଣିବାକୁ ମିଳୁଛି । ଯଦି ଘଟଣାସ୍ଥଳରେ ବାପା-ପୁଅଙ୍କ ମୃତୁ୍ୟ ହେଲା ତେବେ ଗୁରୁତର ଅରୁପାନନ୍ଦଙ୍କୁ କିଏ ଉଦ୍ଧାର କଲା ବୋଲି ଲୋକେ ପ୍ରଶ୍ନବାଚୀ କରିଛନ୍ତି । ଗତ କିଛି ଦିନ ହେଲା ଅଞ୍ଚଳରେ ଜନ୍ତୁ ଶିକାର ପାଇଁ ଫାଶ ବିଛାଯାଉଛି । ଏପରିକି ନିଜେ ବିଛାଉଥିବା ଫାଶରେ ମଧ୍ୟ ଶିକାରୀ ପଡ଼ି ଜୀବନ ହାରୁଛନ୍ତି । ତେବେ କେଉଁ ପରିସ୍ଥିତିରେ ସହଦେବ ଓ ତାଙ୍କ ପୁଅର ମୃତୁ୍ୟ ହେଲା ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଅପରପକ୍ଷେ ଅଞ୍ଚଳରେ ବିପଦପୂର୍ଣ୍ଣ ଢଙ୍ଗରେ ଲୋକେ ବିଦୁ୍ୟତ ତାର ଖଞ୍ଜି ଜନ୍ତୁ ଶିକାର କରୁଥିଲେ ବି ବନ ବିଭାଗ ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons