ଜନ୍ମ କଲା ବାପା ସାଜିଲା ପୁଅର ହତ୍ୟାକାରୀ

Get real time updates directly on you device, subscribe now.

ଆଠଗଡ଼, (ବି.ବି.ନୁ୍ୟଜ୍): ଜନ୍ମ କଲା ବାପା ସାଜିଲା ପୁଅର ହତ୍ୟାକାରୀ ଏପରିକି ହତ୍ୟା ପରେ ସୁରାଗ ଯେପରି ନ ମିଳେ ସେଥିଲାଗି ବାଡ଼ି ପଛ ପଟେ ପୋତିଦେଲା ପୁଅର ମୃତଦେହ । ଗତ ୮ ଦିନ ପୂର୍ବେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୋଲିସର ଜେରା ପରେ ସତ ସ୍ୱୀକାର କରିଛି ପିଶାଚ ବାପା । ମିଳିଥିବା ସୂଚନା ଅନୁଯାୟୀ, ୮ ଦିନ ହେଲାଣି ହତ୍ୟାର ଶିକାର ହୋଇଥିବା ପ୍ରାୟ ୩୦ ବର୍ଷୀୟ ଯୁବକଙ୍କୁ ଗାଁ ଲୋକେ ଦେଖିବାକୁ ପାଉନଥିଲେ । ଏପରିକି ପରିବାର ଲୋକଙ୍କୁ ପଚାରିବାରୁ ସେମାନେ ମଧ୍ୟ କିଛି ସ୍ପଷ୍ଟ ଭାବେ କହୁ ନଥିଲେ ।ଏହାକୁ ନେଇ ସନେ୍ଦହ ହେବାରୁ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ପରେ ପୁଅକୁ ହତ୍ୟା କରିଥିବା ଘଟଣା ଖୋଦ୍ ବାପା ସ୍ୱୀକାର କରିଛି । ଏପରିକି ହତ୍ୟା ପରେ ପୁଅର ମୃତଦେହକୁ ବାଡ଼ି ପଟେ ପୋତା ଯାଇଥିବା ବେଳେ ପୋଲିସ ମୃତଦେହ ଠାବ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି, ନା ବ୍ୟକ୍ତିଜରକ ଏକୁଟିଆ ହତ୍ୟା ପରେ ମୃତଦେହ ପୋତି ଦେଲେ ତାହା ସ୍ପଷ୍ଟ ହୋଇନାହିଁ ଅପରପକ୍ଷେ ହତ୍ୟାର କାରଣ ସମ୍ପର୍କରେ ପୋଲିସ ପରିବାର ସଦସ୍ୟଙ୍କୁ ପଚାରାଉଚରା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons