ଭାରତୀୟ ଟେବୁଲ୍ ଟେନିସ୍ର ଯୁବ ପ୍ରଭିତାବାନ୍ ତାରକା ହରମିତ୍ ଦେଶାଇ ଜନ୍ମଦିନରେ (ଶୁକ୍ରବାର) ସ୍ୱଣ୍ଣ ର୍ ପଦକ ପିନ୍ଧିଛନ୍ତି । ଚାମ୍ପିଅନ୍ ଭାରତୀୟ ପୁରୁଷ ଦଳରେ ସାମିଲ୍ ହୋଇ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ରେ ଯୋଗ ଦେଇଛନ୍ତି ହରମିତ୍ । ଏମିତିକି ଫାଇନାଲରେ ନିଜ ଦଳକୁ ଜିତାଇବାର ତାଙ୍କ ଅବଦାନ ଗୁରୁତ୍ୱପୂଣ୍ଣ ର୍ ରହିଛି । ଯେଉଁଠି ବିଶ୍ୱ ମାନ୍ୟତାର ୨୪ ଓ ୩୨ ନମ୍ବରରେ ଥିବା ଜି.ସାଥିୟାନ୍ ଏବଂ ଶରତ କମଲ୍ ପ୍ରଥମ ଦୁଇ ଗେମ୍ରେ ପରାସ୍ତ ହୋଇଥିଲେ ସେଠାରେ ହରମିତ୍ ବିଜୟ ସହ ଦଳର ଆତ୍ମବିଶ୍ୱାସ ଫେରାଇଥିଲେ । ତୃତୀୟ ଗେମ୍ରେ ମଇଦାନକୁ ଓହ୍ଲାଇ ଇଂଲଣ୍ଡ ବିପକ୍ଷରେ ଜିତିଥିଲେ । ୪-୧୧, ୧୧-୫, ୮-୧୧, ୧୧-୮, ୧୧-୮ରେ ମ୍ୟାଚ ଜିତି ପୁନର୍ବାର ଭାରତକୁ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଏହାପରେ ଶରତ ଓ ସାଥିୟାନ୍ ପୁଣି ଆଉ ଏକ ସୁଯୋଗ ପାଇ ଇଂଲଣ୍ଡକୁ ହରାଇଥିଲେ । ତେବେ ଫାଇନାଲର ଶ୍ରେଷ୍ଠ ଖେଳାଳି ଭାବେ ଉଭା ହୋଇଥିଲେ ହରମିତ୍ । ସୂଚନାଯୋଗ୍ୟ, ଗୁଜରାଟର ସୁରତରେ ଜନ୍ମ ହରମିତ୍ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱଣ୍ଣ ର୍ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ ।


Comments are closed, but trackbacks and pingbacks are open.