ଜନ ଆଶୀର୍ବାଦ ଯାତ୍ରା, ସବୁଠି ମନ୍ତ୍ରୀଙ୍କୁ ସ୍ୱାଗତ

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଆଜି ଜିଲ୍ଲାରେ ଜନଆଶୀର୍ବାଦ ଯାତ୍ରାର ଥିଲା ଦ୍ୱିତୀୟ ଦିନ । ପୂର୍ବାହ୍ନ ୧୦ଟାରେ ବାରିଣୀପୁଟରେ ପହଞ୍ଚିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେଠାରେ ସ୍ଥାନୀୟ ବିଜେପି ନେତା ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପରେ ବାଇକ ଶୋଭାଯାତ୍ରାରେ ତାଙ୍କୁ ଗାନ୍ଧିଛକ, ପୁରୁଣାଗଡ ଛକ, ଏନ୍କେଟି ରୋଡ,ମୁଖ୍ୟରାସ୍ତା ଦେଇ ମୁଖ୍ୟପୋଷ୍ଟ ଅଫିସ ପର୍ଯ୍ୟନ୍ତ ନିଆଯାଇଥିଲା । ପୋଷ୍ଟ ଅଫିସ ପରିଦର୍ଶନ ପରେ ଟ୍ରାଫିକ ଛକ ଦେଇ ବୋରିଗୁମ୍ମା ଅଭିମୁଖେ ଯାଇଥିଲେ ଶ୍ରୀ ବୈଷ୍ଣବ । ଉମୁରୀ ରେଳବାଇ ଛକ ନିକଟରେ କୁନ୍ଦୁରାର ବିଜେପି କର୍ମୀମାନେ ସମ୍ବର୍ଦ୍ଧନା ଦେବା ସହ ସ୍ମାରକପତ୍ର ଦେଇଥିଲେ । ସେହିପରି ଆମ୍ବାଗୁଡାରେ ବିଜେପି କର୍ମୀ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଦେଇଥିଲେ । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସହ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ସାଂସଦ ବଳଭଦ୍ର ମାଝି, ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର, ଜନଆଶୀର୍ବାଦ ଯାତ୍ରାର ରାଜ୍ୟ ପ୍ରଭାରୀ ଗୋଲକ ମହାପାତ୍ର, ସହ ପ୍ରଭାରୀ ସୀମାଞ୍ଚଳ ଖଟେଇ, ସାଧାରଣ ସମ୍ପାଦକ ରବି ନାୟକ,ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ,ଗୌତମ ସାମନ୍ତରାୟ ପ୍ରମୁଖ ଜନଆଶୀର୍ବାଦ ଯାତ୍ରାରେ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons