ଜମିଜମା ବିବାଦରୁ ଗଣ୍ଡଗୋଳ: ଶାବଳରେ ପିଟି ଯୁବକଙ୍କୁ ହତ୍ୟା

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଯାଇଛି । ଗୋଟିଏ ପରିବାରର କେତେକ ସଦସ୍ୟଙ୍କ ମରଣାନ୍ତକ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ବେଳେ, ତାଙ୍କ ପରିବାରର ୨ଜଣ ସଦସ୍ୟ ଗୁରୁତର ଆହତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ମୃତକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାଜମୁକୁନ୍ଦପୁର ବେହେରା ସାହିର ସଞ୍ଜିିତ ବେହେରା ।
ପ୍ରାପ୍ତସୂଚନା ଅନୁଯାୟୀ, ପୂର୍ବରୁ ଜମିବାଡ଼ିକୁ ନେଇ ସଞ୍ଜିିତ ଓ ଲକ୍ଷ୍ମୀଧର ବେହେରାଙ୍କ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦ ଗ୍ରାମାଞ୍ଚଳ ଥାନାରେ ସମାଧାନ ହୋଇଥିଲେ ମଧ୍ୟ ଭିତିରି ଶତ୍ରୁତା ଲାଗି ରହିଥିଲା । କୌଣସି କାରଣରୁ ଲକ୍ଷ୍ମୀଧାରଙ୍କ ପରିବାର ସଦସ୍ୟ ଆଜି ସଞ୍ଜିତଙ୍କ ଘର ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏପରିକି ସଂଜିତଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼ି ଓ ଶାବଳରେ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦ କରିବାରୁ ସଂଜିତଙ୍କ ମା’ ଓ ଭାଉଜଙ୍କୁ ମଧ୍ୟ ସେମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଗ୍ରାମବାସୀ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ସଂଜିତଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମା’ ଓ ଭାଉଜ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ମୃତ ସଂଜିତଙ୍କ ଭାଇ ରଞ୍ଜିତ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons