ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ

Get real time updates directly on you device, subscribe now.

ସମ୍ବଲପୁର: ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ । ଏହି ଗୋଷ୍ଠି ସଂଘର୍ଷ ସମୟରେ ବନ୍ଧୁକ ବୁଲାଇଲେ ଅଭିଯୁକ୍ତ । ଘଟଣାସ୍ଥଳରେ ଜଣେ ଅବସର ପ୍ରାପ୍ତ ପ୍ରଫେସରଙ୍କ ପୁଅ ଏକ ଡବଲ ବ୍ୟାରେଲ ବନ୍ଧୁକ ବୁଲାଉଥିବା ଦେଖିବାକୁ ମିଳିଛି । ଏବେ ଏହି ଭିଡିଓ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି ।
ସେପଟେ ଘଟଣାରେ ଉଭୟ ପକ୍ଷରୁ ଏତଲା ହେବା ପରେ ୫ ଜଣଙ୍କୁ ଗିରଫ କରିଛି ବୁର୍ଲା ପୋଲିସ । ଗିରଫ ହୋଇଥିବା ୫ଜଣଙ୍କ ମଧ୍ୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର କେଶବ ପଣ୍ଡା ଓ ତାଙ୍କ ଦୁଇ ପୁଅ ଦୁର୍ଗେଶ ପଣ୍ଡା, ଦୀନେଶ ପଣ୍ଡା ରହିଛନ୍ତି । ସେହିପରି ଅପରପକ୍ଷର ବସନ୍ତ ନାୟକ ଓ ମଧୁ ସିଂ ଗିରଫ ହୋଇଛନ୍ତି । ତେବେ ଗୋଷ୍ଠି ସଂଘର୍ଷ ଭିତରେ ଘଟଣାଟି ବୁର୍ଲା ଥାନା ପଞ୍ଚମୁଖୀ ଢାବା ନିକଟରେ ଘଟିଥିବା କୁହଯାଉଛି । ଗୋଷ୍ଠି ସଂଘର୍ଷ ସମୟରେ ବ୍ୟବହାର ବନ୍ଧୁକଟି ଅବସର ପ୍ରାପ୍ତ ପ୍ରଫେସରଙ୍କ ବୋଲି ଜଣାପଡିଛି । ଉକ୍ତ ବନ୍ଧୁକକୁ ଜବତ କରିଛି ପୋଲିସ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons