ଆନନ୍ଦପୁର,(ବି.ବି.ନ୍ୟୁଜ୍): ଜମିବାଡ଼ି ମାନବିକତାର ସବୁ ସୀମା ପାର କରିଦେଲେ ପୁଅବୋହୂ । କାଦୁଅ ଭର୍ତ୍ତି ବିଲରେ ଗୋଡ଼େଇ ଗୋଡ଼େଇ ପିଟିଲେ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କୁଣ୍ଡାକୋଟ ଗ୍ରାମରେ । ଅତିଷ୍ଠ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ବାପା ଓ ମା’ । ପୁଲିସ ପୁଅ, ବୋହୂକୁ ଥାନାରେ ଅଟକ ରଖିଛି ।
କୁଣ୍ଡାକୋଟ ଗାଁର ନାରାୟଣ ଖିଲାରଙ୍କ ତିନିପୁଅ ଅକ୍ଷୟ, ସନ୍ତୋଷ ଓ ସୁବାଷ । ବଡ଼ପୁଅ ଅକ୍ଷୟ ଓ ସାନପୁଅ ସୁବାସ ବାଙ୍ଗାଲୋରରେ ରହି କାର୍ଯ୍ୟ କରୁଛନ୍ତି । ମଝିଆ ପୁଅ ସନ୍ତୋଷ ଘରେ ରହୁନ୍ତି । ପୈତୃକ ସମ୍ପତ୍ତିକୁ ସମାନ ଭାବେ ତିନି ଭାଇଙ୍କ ଭିତରେ ଭାଗବଣ୍ଟା କରିବା ପାଇଁ ବାପା ନାରାୟଣ ଚାହୁଁଥିଲେ । କିନ୍ତୁ ସନ୍ତୋଷ ଏହାକୁ ବିରୋଧ କରୁଥିଲେ । ଏହାକୁ ନେଇ ଦୀର୍ଘ ଦିନ ଧରି ବାପା ଓ ପୁଅଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ସେତେବେଳେ ଘଟଣାର ଆପୋଷ ସମାଧାନ ହୋଇଥିଲା । ଆଜି ମଝିଆ ପୁଅ ସନ୍ତୋଷ ଜବରଦସ୍ତ ଜମିରେ ଚାଷ କରିବାକୁ ଉଦ୍ୟମ କରିଥିଲା । ଏହାକୁ ବାପା ନାରାୟଣ ଓ ମା’ ସତ୍ୟଭାମା ବିରୋଧ କରିଥିଲେ । ଫଳରେ ମଝିଆ ପୁଅ ସନ୍ତୋଷ ଓ ସ୍ତ୍ରୀ ଡଲି ବାପା ମା’ଙ୍କୁ କାଦୁଅ ଭର୍ତ୍ତି ବିଲରେ ଗୋଡ଼େଇ ଗୋଡ଼େଇ ପିଟିଥିଲେ ।


Comments are closed, but trackbacks and pingbacks are open.