ଜମି ବିବାଦରୁ ମୁଣ୍ଡ ଗଡ଼ିଲା:ପୁତୁରା ଟାଙ୍ଗିଆ ଚୋଟରେ ଦାଦା ମୃତ

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ଯାଜପୁର ସଦର ଥାନା ମହେଶ୍ୱରପୁର ପଞ୍ଚାୟତ ମୀରପାଟଣା ଗ୍ରାମରେ ଆଜି ଜମିଜମା ବିବାଦ ଉଗ୍ରରୂପ ଧାରଣ କରିଛି । ପୁତୁରାର ଟାଙ୍ଗିଆ ଚୋଟରେ ସର୍ବସାଧାରଣ ରାସ୍ତାରେ ଦାଦାର ମୁଣ୍ଡ ଗଡ଼ିଛି । ଏହାପରେ ହତ୍ୟାକାରୀ ପୁତୁରା ଟାଙ୍ଗିଆ ଧରି ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ମୃତକ ଏହି ଗ୍ରାମର ଆଦିକନ୍ଦ ବିଶ୍ୱାଳ(୭୦) ଓ ହତ୍ୟାକାରୀ ମୃତକଙ୍କ ବଡ଼ଭାଇ ମାଧ ବିଶ୍ୱାଳଙ୍କ ପୁଅ କାଳନ୍ଦୀ ଓରଫ୍ କାଳିଆ(୩୫) ବୋଲି ଜଣାପଡ଼ିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ମୁତାବକ, ଆଦିକନ୍ଦ ଓ ମାଧଙ୍କ ପରିବାର ମଧ୍ୟରେ ଦୀର୍ଘଦିିନ ହେବ ଜମି ଭାଗ ବଣ୍ଟାକୁ ନେଇ ଶତ୍ରୁତା ଲାଗି ରହିଥିଲା । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବହୁବାର କଳି ଝଗଡ଼ା ବି ହୋଇଥିଲା । ଏଥିପାଇଁ ରାଗରେ ଜର୍ଜରିତ ହୋଇ ରହିଥିଲା ମାଧଙ୍କ ପୁଅ କାଳିଆ । ଦାଦା ଉପରେ ରାଗ ଶୁଝାଇବା ପାଇଁ ସୁଯୋଗ ଖୋଜୁଥିଲା । ଆଜି ଅପରାହ୍ଣରେ ଆଦିକନ୍ଦ ଘରୁ କେଉଁଆଡେ଼ ଯାଇଥିବା ବେଳେ ତାଙ୍କ ଫେରିବା ବାଟକୁ ଚାହିଁ ବସିଥିଲା କାଳିଆ । ଘରୁ ମାତ୍ର ୫୦ମିଟର ଦୂର ଦାଣ୍ଡରେ କାଳିଆ ପୂର୍ବରୁ ଲୁଚି ରହିଥିଲା । ଏଥିପାଇଁ ଦାଣ୍ଡରେ ଲାଗିଥିବା ଷ୍ଟ୍ରୀଟ୍ ଲାଇଟକୁ ଲିଭାଇ ଦେଇଥିଲା । ସନ୍ଧ୍ୟାରେ ଫେରିଥିଲେ ଆଦିକନ୍ଦ । ପୂର୍ବରୁ ଲୁଚି ରହିଥିବା କାଳିଆ ଟାଙ୍ଗିଆରେ ଆଦିକନ୍ଦଙ୍କ ପଛକୁ ଚୋଟ ମାରିଥିଲା । ଏଥିରେ ଆଦିକନ୍ଦ ଚିକ୍ରାର କରି ତଳେ ପଡ଼ି ଯାଇଥିଲେ । ଏହାପରେ ନୃଶଂସ ପୁତୁରା କାଳିଆ ଚୋଟ ପରେ ଚୋଟ ମାରି ଚାଲିଥିଲା । ମନ ଶାନ୍ତି ହେବା ପରେ କାଳିଆ ଘଟଣାସ୍ଥଳରୁ ପଳାଇଥିଲା । ଆଦିକନ୍ଦଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ହତ୍ୟାକାଣ୍ଡର ଖବର ପାଇ ଯାଜପୁର ସଦର ପୁଲିସ ମୀରପାଟଣା ଗ୍ରାମରେ ପହଞ୍ଚô ଛାନ୍ଭିନ୍ କରିଥିଲେ ହେଁ ହତ୍ୟାକାରୀ ସମ୍ପର୍କରେ କୌଣସି ସୁରାକ ପାଇନଥିଲା । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହିତ କିଏ ଓ କାହିଁକି ଆଦିକନ୍ଦଙ୍କୁ ହତ୍ୟା କଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିଛି ସମୟ ବ୍ୟବଧାନରେ ଘଟଣା ଉପରୁ ପରଦା ହଟିଥିଲା । ହତ୍ୟାକାରୀ କାଳିଆ ଟାଙ୍ଗିଆ ସହ ପହଞ୍ଚôଥିଲା ଯାଜପୁର ସଦର ଥାନାରେ । ଆଦିକନ୍ଦଙ୍କୁ ହତ୍ୟା କରିଥିବା କାଳିଆ ପୁଲିସ ସମ୍ମୁଖରେ ମାନିଥିଲା । ପୁଲିସ ମାରଣାସ୍ତ୍ର ଜବତ କରିବା ସହିତ ଅଭିଯୁୁକ୍ତକୁ ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons