ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ

Get real time updates directly on you device, subscribe now.

ବେତନଟୀ,(ବି.ବି.ନୁ୍ୟଜ୍): ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପ ରାଜ୍ୟପାଳ ଗିରିଶଚନ୍ଦ୍ର ମୁର୍ମୁ ଆଜି ମୟୂରଭଂଜ ଗସ୍ତରେ ଆସିଛନ୍ତି ।
ଉପରାଜ୍ୟପାଳ ଭାବେ ଏହା ତାଙ୍କର ପ୍ରତମ ମୟୂରଭଂଜ ଗସ୍ତ । ୩୭୦ ଧାରା ଉଚ୍ଛେଦ ସହ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ (ୟୁନିଅନ ଟେରିଟୋରୀ)ର ମାନ୍ୟତା ପାଇବା ପରେ ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ମୟୂରଭଂଜ ମାାଟିର ପୁଅ ଗିରିଶଚନ୍ଦ୍ର ମୁର୍ମୁ ଦାୟିତ୍ୱ ଗ୍ରହଣ କରିଥିଲେ । ଯାହା ଓଡ଼ିଶା ତଥା ମୟୂରଭଂଜ ପାଇଁ ଗର୍ବ ଗୌରବର ବିଷୟ ଥିଲା । ଏହି ଅବସରରେ ତାଙ୍କୁ ଏଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ବେତନଟୀ ବରିÂ ନାଗରିକ ମଞ୍ଚର ସଭାପତି ବରିÂ ଆଇନଜୀବୀ ହିମାଂଶୁ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏମପିସି ହାଇସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ପର୍ବରେ ଉପରାଜ୍ୟପାଳ ଗିରିଶଚନ୍ଦ୍ର ମୁର୍ମୁ ପୂର୍ବାହ୍ନ ୯ଟା ୫୦ମିନିଟରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିÂ ନାଗରିକ ସଂଘ ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ, ବଣିକ ସଂଘ ପକ୍ଷରୁ ରାମେଶ୍ୱର ମିଶ୍ର, ରୋଟାରୀକ୍ଲବ ଚାର୍ଟାର୍ଡ ସଭାପତି ଶୈଳେନ୍ଦ୍ର କୁମାର ଖଣ୍ଡେଲୱାଲ, ୟଙ୍ଗମ୍ୟାନ ଆସୋସିଏସନ ପକ୍ଷରୁ ଇଂ. ସୁଶାନ୍ତ କୁମାର ବଳା, ଇଂ. ଆଶିଷ ପାଲ, ସାଗର ପରିଡା, ଉମାଶଙ୍କର ଘୋଷ ପ୍ରମୁଖ ମଞ୍ଚାସୀନ ଥିଲେ । ବେତନଟୀ ଉପକଣ୍ଠ କଞ୍ଚିଶୋଳ ସ୍ଥିତ ତାଙ୍କ ପୈତୃକ ଗ୍ରାମରୁ କାଶ୍ମୀର ପର୍ଯ୍ୟନ୍ତ ଜୀବନଯାତ୍ରାରେ ସେ ପ୍ରଥମେ ପ୍ରଶାସନିକ ଅଧିକାରୀ ଭାବେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିଲେ । ଧାରା ୩୭୦ ଉଚ୍ଛେଦ ପରେ ସମଗ୍ର ବିଶ୍ୱ ନଜରରେ ଥିବା ଜମ୍ମୁ କାଶ୍ମୀରର ମହାମହିମ ଉପରାଜ୍ୟପାଳ ଭାବେ ଶ୍ରୀ ମୁର୍ମୁଙ୍କୁ ଗୁରୁଦାୟିତ୍ୱ ମିଳିବା ବେତନଟୀ ତଥା ମୟୂରଭଞ୍ଜ ସହ ସମଗ୍ର ରାଜ୍ୟ ପାଇଁ ଗର୍ବ ଏବଂ ଗୈାରବ ଆଣିଦେଇଛି । ଆଜି ବେତନଟୀ ବରିÂ ନାଗରିକସଂଘ, ବଣିକସଂଘ, ଯୁବକସଂଘ, ସାର୍ବଜନୀନ ପୂଜାକମିଟି, ନାଗରିକମଞ୍ଚ ପ୍ରମୁଖ ସମସ୍ତ ଅନୁÂାନ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ନାନିତ ୍ତଥା ସମ୍ବର୍ଦ୍ଧିତ କରାଯାଇଥିଲା । ବେତନଟୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ରମାକାନ୍ତ ସିଂହ ମାନପତ୍ର ପାଠ କରିଥିବା ବେଳେ ବରିÂ ନାଗରିକସଂଘ ସଭାପତି ବରିÂ ଆଇନଜୀବୀ ହିମାଂଶୁ କୁମାର ପରିଡା ମାନପତ୍ର ପ୍ରଦାନ କରିଥିଲେ । ସଂଘସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ ଉପଢୌକନ ପ୍ରଦାନ କରିଥିବା ବେଳେ ଅନ୍ୟାନ୍ୟ ଅନୁଷ୍ଟାନ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ତେବେ ବେତନଟୀର ସମସ୍ତ ଅନୁÂାନ ବିଶେଷକରି ଅଞ୍ଚଳବାସୀଙ୍କ ଭଲପାଇବା, ଆତିଥ୍ୟତା ଏବଂ ସ୍ୱାଗତ ସମ୍ବର୍ଦ୍ଧନାରେ ଅତ୍ୟନ୍ତ ଅଭିଭୁତ ବୋଲି ମହାମହିମ ଉପରାଜ୍ୟପାଳ ନିଜ ବକ୍ତବ୍ୟରେ କହିଥିଲେ । ସ୍ୱଳ୍ପ ସମୟର ରହଣି ମଧ୍ୟରେ ବେତନଟୀ ଅଞ୍ଚଳର ଉନ୍ନତିପାଇଁ ସର୍ବଦା ଚେଷ୍ଟିତ ରହିବେବୋଲି କହିଥିଲେ । ଏମପିସି ହାଇସ୍କୁଲରେ ୧୯୭୨-୭୩ ଶିକ୍ଷାବର୍ଷରେ କେବଳ ଅଷ୍ଟମଶ୍ରେଣୀରେ ପାଠ ପଢିଥିବାର ଅନୁଭୂତି ସମ୍ପର୍କରେ କହିଥିଲେ । ଏମପିସି ହାଇସ୍କୁଲର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ପୂର୍ବାହ୍ନ ୧୧ଟାରେ ବେତନଟୀ ଉପକଣ୍ଠ ମହୁଲିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଳ୍ପ ସମୟ ରହିବାପରେ ବାରିପଦା ସର୍କିଟହାଉସ ଅଭିମୁଖେ ଯାତ୍ରା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons