ଜରାଳୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ବାରିପଦା,(ବି.ବି.ନ୍ୟୁଜ୍): ସ୍ଥାନୀୟ ରଘୁନାଥପୁର ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ସନ୍ନିକଟ ଜରାଳୀ ନଦୀରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଶନିବାର ସକାଳେ ଏନଏଚ କଡ଼ରେ ଥିବା ଫାତୁ ଢାବା ନିକଟରେ ଜରାଳୀ ନଦୀରେ ମହିଳାଙ୍କ ମୃତ ଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକ । ସେମାନେ ପୁଲିସ ଓ ଗଣମାଧ୍ୟମକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଥିଲା । ଲକ୍ଷ୍ମୀପୋଷି ଫାଣ୍ଡିରେ ଏନେଇ ୧୨୫ ନଂ କେସ୍ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳି ନଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କୌଣସି ସୁରାକ୍ ପୁଲିସ ହାତରେ ଲାଗିନି । ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଲକ୍ଷ୍ମୀପୋଷି ଫାଣ୍ଡି ଅଧିକାରୀଙ୍କ ସୂଚନା ମୁତାବକ ମୃତ ମହିଳାଙ୍କ ମୃତ୍ୟୁ ଦୁଇ ତିନି ଦିନ ପୂର୍ବରୁ ହୋଇଥିବା ଜଣାପଡୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons