ଜରିମାନା ଆଦାୟରୁ ତୁମୁଳକାଣ୍ଡ:ରଣକ୍ଷେତ୍ର ରାଜମହଲ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟ୍ରାଫିକ୍ ଜରିମାନାକୁ କେନ୍ଦ୍ର କରି ଶନିବାର ରାଜମହଲ ଛକରେ ପୁଲିସ୍ ଜନତା ମହାଁମୁହିଁ ହୋଇଛନ୍ତି । ଜରିମାନା ଆଦାୟରେ ଅନିୟମିତତା ଅଭିଯୋଗ କରି ଲୋକେ ପୁଲିସ୍କୁ ଆକ୍ରମଣ କରିଥିଲେ । ଖାଲି ସେତିକି ନୁହେଁ ଆଇନ୍କୁ ହାତକୁ ନେଇ ସରକାରୀ ଗାଡିÿକୁ ଅଟକାଇ ଚେକିଂ କରିଥିଲେ । ପୁଲିସ୍କୁ ଅଚାନକ ଢେଲାପଥର, ବୋତଲ ମାଡ଼ କଲେ । ସ୍ଥିତି ଏମିତି ହେଲା ଯେ ବାଧ୍ୟ ହୋଇ ପୁଲିସ୍କୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଯାହାକୁ ନେଇ ରାଜମହଲ ଛକ ଏକରକମର ରଣକ୍ଷତ୍ର ପାଲଟିଥିଲା । ପୁଲିସ୍ ଜନତା ମଧ୍ୟରେ ୪ ଘଣ୍ଟାର ଖଣ୍ଡଯୁଦ୍ଧ ଚାଲିଥିଲା । ଖଣ୍ଡଯୁଦ୍ଧରେ ପ୍ରାୟ ୫୦ରୁ ଅଧିକ ପୁଲିସ, ଗଣମାଧ୍ୟମ ପ୍ରତିନିଧି, ଜନତା ଆହତ ହୋଇଥିଲେ ।
ପୁରା ଘଟଣା ଏମିତି । ସମୟ ଅପରାହ୍ଣ ସାଢେ଼ ୧ଟା ହେବ । ରାଜମହଲ ଛକରେ ଟ୍ରାଫିକ୍ ପୁଲିସ୍ ଚେକିଂ ଚାଲିଥାଏ । ୩-୪ ପୁଲିସ କର୍ମଚାରୀ ନିୟମ ଖିଲାପୀ ଗାଡ଼ିଚାଳକଙ୍କଠାରୁ ଫାଇନ୍ ଆଦାୟ କରୁଥାନ୍ତି । ଏକ ଶବବୁହା ଗାଡିÿରୁ ହଜାରେ ଟଙ୍କା ଫାଇନ୍ ଆଦାୟ କରାଯିବା ଅଭିଯୋଗରେ ହଠାତ୍ ଚିହିଁକି ଉଠିଲେ ଚେକିଂରେ ପଡ଼ିଥିବା କିଛି ଗାଡିÿଚାଳକ । ଆଖପାଖରେ ଛିଡ଼ା ହୋଇଥିବା କିଛି ଲୋକ ବି ସେମାନଙ୍କ ସହ ସ୍ୱର ମିଶାଇଥିଲେ । ୧୦-୧୫ ଜଣ ଜନତାଙ୍କ ସହ ପୁଲିସର ବଚସା ହୋଇଥିଲା ।

ବାସ୍ ଏତିକି ଘଟଣା । ଏମିତି ସାମାନ୍ୟ ଘଟଣାରୁ ବହୁଗୁଣା ତଣ୍ଡକୁ ନେଇ ଜନତାଙ୍କ ଅସନ୍ତୋଷ ହଠାତ୍ ବିସ୍ଫୋରକ ରୂପ ନେଇଥିଲା । ପୁଲିସ ଗାଡିÿ ବି ନିୟମ ଭାଙ୍ଗୁଛି । ପୁଲିସ କର୍ମଚାରୀ ସିଟ୍ ବେଲ୍ଟ ଭିଡୁନାହାନ୍ତି । ଏମିତି କିଛି ଅଭିଯୋଗ ଆଣି ଲୋକମାନେ ପୁଲିସକୁ ଠେଲାପେଲା କରିଥିଲେ । ଅନ୍ୟ ପଥଚାରୀ ବି ଏମାନଙ୍କ ସହ ସାମିଲ୍ ହୋଇଗଲେ । ରାଜମହଲ ଓଭରବ୍ରିଜ୍ ଉପରେ ଶତାଧିକ ଦେଖଣାହାରୀଙ୍କ ଭିଡ଼ ଜମିଲା । କେଇ ମିନିଟ୍ରେ ଶହ ଶହ ଲୋକ ଏକାଠି ହୋଇଗଲେ । ଆଉ ଚେକିଂ କରୁଥିବା ପୁଲିସ ଉପରେ ଅଚାନ୍କ ହମ୍ଲା କଲେ । ଗାଡିÿକୁ ଭଙ୍ଗାରୁଜା କଲେ । ପୁଲିସ କର୍ମଚାରୀଙ୍କୁ ମାଡ଼ ବି ମାରିଲେ ।
ଖବର ପାଇ କ୍ୟାପିଟାଲ ଥାନା ଓ ଟ୍ରାଫିକ୍ ଥାନାରୁ ଦୁଇଟି ଭ୍ୟାନ୍ ୧୫ ମିନିଟ୍ରେ ଘଟଣାସ୍ଥଳରେ ପହଞ୍ଚିଲା । ଗୋଟିଏ ଭ୍ୟାନ୍ର ସାମ୍ନା ପଟେ ନମ୍ବର ପ୍ଲେଟ୍ ନଥିଲା । ଅନ୍ୟଟିର ଚାଳକ ସିଟ୍ ବେଲ୍ଟ ପିନ୍ଧି ନଥିଲେ । ପୁଲିସର ଏଭଳି ତ୍ରୁଟି ଦେଖି ଉତ୍ତ୍ୟକ୍ତ ଜନତା ଆହୁରି ତାତିଥିଲେ । ଅନ୍ୟ ଦୁଇଟି ଗାଡିÿକୁ ବି ଛାଡିÿ ନଥିଲେ । ୩ଟି ପୁଲିସ ଭ୍ୟାନ୍ରେ ଭଙ୍ଗାରୁଜା କଲେ । ଖାଲି ପୁଲିସ ଭ୍ୟାନ୍ ନୁହେଁ, ବିଏମ୍ସିର ଏକ ଅଳିଆବୁହା ଟ୍ରକ୍ ବି ଏମାନଙ୍କ ଆକ୍ରୋଶର ଶିକାର ହୋଇଥିଲା । ଟ୍ରକ୍କୁ ଘେରିଯାଇ କାଗଜପତ୍ର ମାଗିଥିଲେ ଉତ୍ତ୍ୟକ୍ତ ଜନତା । ଲୋକଙ୍କ ହମ୍ଲା ଦେଖି ଘାବରେଇ ଯାଇଥିଲା ଟ୍ରକ ଚାଳକ । ଗାଡିÿ ଛାଡିÿ ଶିଶୁଭବନ ଛକ ଆଡେ଼ ଧାଇଁ ପଳାଇଥିଲା । ଲୋକଙ୍କ ରାଗ ଏତିକିରେ କମି ନଥିଲା । ରାସ୍ତାରେ ଯାଉଥିବା ‘ମୋ ବସ୍’କୁ ଟାର୍ଗେଟ କଲେ । ଉତ୍ତ୍ୟକ୍ତ ଜନତା ‘ମୋ ବସ୍’ରେ ଓଭରଲୋଡିଂ ଦେଖି ଜବରଦସ୍ତି ଅଟକାଇଥିଲେ । କାଗଜପତ୍ର ମାଗିବା ସହ ବସ୍ ଚାଳକଙ୍କୁ ବି ଆକ୍ରମଣ କରିଥିଲେ । କିଛି ଗଣମାଧ୍ୟମ ପ୍ରତିନିଧି ବି ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ ।

ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁ, ଟ୍ରାଫିକ୍ ଡିସିପି ସାଗରିକା ନାଥ ରାଜମହଲରେ ପହଞ୍ଚିଥିଲେ । ପାଖାପାଖି ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣାସ୍ଥଳକୁ ଘେରିଯାଇଥିଲେ । ଉତ୍ତ୍ୟକ୍ତ ଜନତାଙ୍କୁ ସମ୍ଭାଳିବାକୁ ଝାଳ ନାଳ ହୋଇଗଲା ପୁଲିସ୍ ।
ୟା ପରେ ଆରମ୍ଭ ହେଲା ପୁଲିସର ପ୍ରତି ଆକ୍ରମଣ । ଖୋଦ୍ କମିଶନର ଡ. ଷଡ଼ଙ୍ଗୀ ମୁଣ୍ଡରେ ହେଲମେଟ୍ ଲଗାଇ ଏହାର ନେତୃତ୍ୱ ନେଇଥିଲେ । ପୁଲିସ ଆରମ୍ଭ କଲା ଆଖିବୁଜା ଲାଠିଚାଳନା । ଲୋକଙ୍କୁ ଘଉଡେ଼ଇବାକୁ ଗୋଡ଼ାଇ ଗୋଡ଼ାଇ ପିଟିଲା । ଘନ ଘନ ଫ୍ଲାଗମାର୍ଚ୍ଚ କରିଥିଲା । ତଥାପି ଲୋକମାନେ ଡରିନଥିଲେ । ଓଲଟି ପୁଲିସକୁ ଢେଲା ପଥର ମାଡ଼ କରିଥିଲେ । କିଛି ଓଭରବ୍ରିଜ୍ ଉପରୁ କାଚ ବୋତଲ ବି ଫିଙ୍ଗିଥିଲେ । ଓଭରବ୍ରିଜ୍ର ଗୋଟେ ପାଶ୍ୱର୍ରୁ ପୁଲିସ ଲୋକଙ୍କୁ ହଟାଇବା ବେଳକୁ ଆରପାଶ୍ୱର୍ରେ ଠୁଳ ହୋଇ ଆକ୍ରମଣ କରୁଥିଲେ ଲୋକେ । ରାଜମହଲ ଓଭରବ୍ରିଜ୍ ୪ ପାଶ୍ୱର୍ ରାସ୍ତାରୁ ଲୋକଙ୍କୁ ହଟାଇବାକୁ ପୁଲିସକୁ ପ୍ରାୟ ୪ ଘଣ୍ଟା ଲାଗିଗଲା ।
ଆକ୍ରମଣରେ ପ୍ରାୟ ୩୦ରୁ ଅଧିକ ଜନତା, ୮ରୁ ୧୦ ପୁଲିସ କର୍ମଚାରୀ, ୫ରୁ ୬ଜଣ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି । ଲୋକଙ୍କ ଆକ୍ରୋଶରେ ପୁଲିସ ଏସିପି ଅନୁପ କାନୁନ୍ଗୋ ମଧ୍ୟ ଆହତ ହୋଇଛନ୍ତି । ‘ପ୍ରମେୟ’ ଫଟୋ ସାମ୍ବାଦିକ ଧ୍ରୁବ ମିଶ୍ର, ଜି ଓଡ଼ିଶା କ୍ୟାମେରାମ୍ୟାନ ଅବଦୁଲ ଗନି ଆହତ ହୋଇଛନ୍ତି । ଏହି ରାସ୍ତା ଦେଇ ଗାଡିÿ ଚଳାଚଳ ଏକରକମର ବନ୍ଦ ହୋଇଯାଇଥିଲା ।
ଏନେଇ କମିଶନର ଡ. ଷଡ଼ଙ୍ଗୀ କହିଛନ୍ତି, ଜନତା ଉତ୍କ୍ଷିପ୍ତ ହେବା ଦରକାର ନାହିଁ । ପୁଲିସ୍ ମୋଟା ଅଙ୍କର ଜରିମାନା ଆଦାୟ କରୁନି । କେବଳ ୩ଜଣିଆ ଡ୍ରାଇଭିଂ, ରଙ୍ଗ ରୁଟ୍, ବିନା ହେଲ୍ମେଟ୍, ମୋବାଇଲରେ ଗପୁଥିବା ଓ ମଦ୍ୟପ ଡ୍ରାଇଭରଙ୍କୁ ଧରାଯାଉଛି । ଜରିମାନା ରାଶି ୫ ଶହରୁ ହଜାରେ ଟଙ୍କା ଭିତରେ ସୀମିତ ଅଛି । ପଲୁ୍ୟସନ ଓ ଫିଟ୍ନେସ୍ ପାଇଁ ଆଦୌ ଚେକିଂ ହେଉନି । ନିୟମ ସହ ଖାପ ଖୁଆଇବାକୁ ଗାଡ଼ିଚାଳକଙ୍କୁ ସମୟ ଦିଆଯାଉଛି । ସୁବିଧାରେ ଓ ସୁରକ୍ଷିତ ଭାବେ ରାସ୍ତାରେ ଗାଡିÿମଟର ଚଳାଚଳ ପାଇଁ ଏହି ନିୟମ ହୋଇଛି । ଜନତା ଏଥିରେ ସହଯୋଗ କରନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons