ଇନ୍ଦ୍ରାବତୀ,(ବି.ବି.ନୁ୍ୟଜ): ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଘଟିଛି ଅଭାବନୀୟ ଘଟଣା । ଯାନ୍ତ୍ରିକ ତ୍ରୁଟି ଯୋଗୁ ପହଞ୍ଚି ପାରିଲାନି ବୋଟ୍ ଆମ୍ବୁଲାନ୍ସ । ଏଣେ ପ୍ରସବକାଳୀନ ବେଦନାରେ ଛଟପଟ ହେଉଥିଲେ ଜଣେ ମହିଳା । ପରିସ୍ଥିତି ଏମିତି ହୋଇଥିଲା ଯେ, ଦେଶୀ ଡଙ୍ଗାରେ ତାଙ୍କୁ ଜଳଭଣ୍ଡାର ପାରି କରି ଡାକ୍ତରଖାନା ନେବା ଲାଗି ଉଦ୍ୟମ କରାଯାଇଥିଲା । ଜଳଭଣ୍ଡାର ମଝିରେ ମହିଳା ଜଣଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ଜଳଭଣ୍ଡାରର ଅପରପାଶ୍ୱର୍ରେ ରହିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ୍ ଏନ୍.ପାଡେପଦର ପଞ୍ଚାୟତର ଲିଟିମସ୍କା ଗାଁ । ଗାଁର ଭାଗୀରଥି ମାଝିଙ୍କ ସ୍ତ୍ରୀ ସରୋଜିନୀ ମାଝୀଙ୍କ ଆଜି ପ୍ରସବକାଳୀନ ବେଦନା ଆରମ୍ଭ ହୋଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ଜଳଭଣ୍ଡାର ମଧ୍ୟରେ ରହୁଥିବା ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବୋଟ୍ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଆସିପାରିନଥିଲା ବୋଟ୍ ଆମ୍ବୁଲାନ୍ସ । ଏଣେ ସରୋଜିନୀଙ୍କ ଗର୍ଭ ଯନ୍ତ୍ରଣା ବଢିଚାଲିଥିଲା । ଅନ୍ୟ ଉପାୟ ନପାଇ ପରିବାର ଲୋକେ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଜଳଭଣ୍ଡାର ଦେଇ ଡାକ୍ତରଖାନା ନେଉଥିଲେ । ଅକାତକାତ ପାଣି ଥିବା ଜଳଭଣ୍ଡାର ମଝିରେ ଅସହ୍ୟ ହୋଇଥିଲା ବେଦନା । ଶେଷରେ ସେହି ଦେଶୀ ଡଙ୍ଗରେ ହିଁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ସରୋଜିନୀ । ବହୁ କଷ୍ଟରେ ଦେଶୀ ଡଙ୍ଗା ସାହାଯ୍ୟରେ ଜଳଭଣ୍ଡାର ପାରି କରାଯିବା ପରେ ୧୦୮ ଆମ୍ବୁଲାନ୍ସରେ ସରୋଜିନୀଙ୍କୁ ନିଆଯାଇଥିଲା ତେନ୍ତୁଳିଖୁଣ୍ଟି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ । ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।
ଇନ୍ଦ୍ରାବତୀ ଜଳଭଣ୍ଡାର ଆରପାଖରେ ରହୁଥିବା ଲୋକେ ଏହି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ସେମାନଙ୍କ ପାଇଁ ଆମ୍ବୁଲାନ୍ସ ବୋଟ୍ ହିଁ ଏକମାତ୍ର ଭରସା । କିନ୍ତୁ ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବାଜି ଲାଗିଯାଉଛି ରୋଗୀଙ୍କ ଜୀବନ । ଗଭୀର ଜଳରାଶି ମଧ୍ୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ସେମାନଙ୍କ ପକ୍ଷେ କାଠିକର ପାଠ ହେଉଛି । ଜିଲ୍ଲା ପ୍ରଶାସନ ଏହାକୁ ହୃଦୟଙ୍ଗମ କରିବା ଦରକାର । ରୋଗୀମାନେ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ସେବା ପାଇପାରିବେ, ସେଥିଲାଗି ଅଧିକ ବୋଟ୍ ଆମ୍ବୁଲାନ୍ସ ସୁବିଧା କରିବା ଦରକାର ।
Comments are closed, but trackbacks and pingbacks are open.