ଜଳିଗଲା ଗୁହାଳ ଘର: ୪ଟି ଗୋରୁ ଜୀବନ୍ତ ଦଗ୍ଧ

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲଟିଙ୍ଗରି ଗାଁର ଏକ ଗୁହାଳ ଘରେ ଭୟାବହ ଅଗ୍ନିକାଣଡ ଘଟିଛି । ଏଥିରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗାଁର ଜଳଧର ବିଶ୍ୱାଳଙ୍କ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ସେଠାରେ ବନ୍ଧା ହୋଇଥିବା ୪ଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏମିତିକି ଗୁହାଳକୁ ଲାଗି ରହିଥିବା ଧାନଗାଦି ମଧ୍ୟ ପୋଡ଼ି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଜଳଧର ଜଣେ ଗରିବ ଲୋକ । ଗୋପାଳନ କରି କ୍ଷୀର ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ଅଗ୍ନିକାଣ୍ଡରେ ଗାଈ ଗୁଡିକ ମରିଯିବାରୁ ଏବେ କେମିତି ପରିବାର ଚଳାଇବେ , ସେ ନେଇ ଚିନ୍ତାରେ ପଡି ଯାଇଛନ୍ତି ଜଳଧର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons