ଜଳିଗଲା ସିଲେଇ ଦୋକାନ

Get real time updates directly on you device, subscribe now.

ବାଲିମେଳା,(ବି.ବି.ନୁ୍ୟଜ): ସର୍ଟସର୍କିଟରେ ବାଲିମେଳା ଦୈନିକ ବଜାରର ଏକ ସିଲେଇ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ମେସିନ ସହ ଦୋକାନରେ ଥିବା ସମସ୍ତ କପଡା ପୋଡି ପାଉଁଶ ହୋଇଯାଇଛି । ଖବରପାଇ ସ୍ଥନୀୟ ଆରଆଇ ଲମ୍ବୋଦର ପାତ୍ର ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ଦୋକାନମାଲିକ ମହମ୍ମଦ କୁତୁବୁଦ୍ଧିନଙ୍କ କହିବା ପ୍ରକାରେ ସିଲେଇ କରିବା ସହ ପାଚିଲା ଫଳ ବେପାର କରି ସେ ପରିବାର ଚଳାଉଥିଲେ । ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଡ୍ରାଇଭର ଲାଇନରେ ଥିବା ତାଙ୍କ ଘରକୁ ଯାଇଥିଲେ । ଆଜି ଭୋରରୁ ବଜାରର କିଛି ବ୍ୟକ୍ତି ଦୋକାନରେ ନିଅାଁ ଲାଗିଥିବା ଖବର ଦେଇଥିଲେ । ସଙ୍ଗେ ସଙ୍ଗେ କୁତୁବୁଦ୍ଧିନ ଦୋକାନକୁ ଆସିଥିଲେ । ଦୈନିକ ବଜାର ସହ ଅନ୍ୟ କିଛି ଦୋକାନୀ ମିଶି ନିଅାଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ବାଲିମେଳା ବଜାର କମିଟି ପକ୍ଷରୁ କ୍ଷତିଗ୍ରସ୍ତ କୁତୁବୁଦ୍ଧିନଙ୍କୁ ସହାୟତାର ହାତ ବଢାଯାଇଛି । ତାଙ୍କ ପୁନଃ ଥଇଥାନ ପାଇଁ କମିଟି ପକ୍ଷରୁ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । କୁତୁବୁଦ୍ଧିନଙ୍କୁ ତୁରନ୍ତ ସରକାରୀ ସହାୟତା ଦେବାକୁ ଦୈନିକ ବଜାର କଟିଟି ପକ୍ଷରୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons