ମନମୁଣ୍ଡା,(ବି.ବି.ନୁ୍ୟଜ୍): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଟଖଟିଆ ପଞ୍ଚାୟତ ସିନ୍ଦୁରପୁରରେ ଆଜି ଜଣେ ଚାଷୀଙ୍କ ୬ଟି ଧାନଖରୀ ଜଳିଯାଇଛି । ଉକ୍ତ ଧାନଖରୀରୁ ୧୫୦ କୁଇଣ୍ଟାଲ ଧାନ ଅମଳ ହୋଇଥାନ୍ତା ବୋଲି ଚାଷୀ ମନୋଜ ଭୋଇ ପ୍ରକାଶ କରିଛନ୍ତି । ନଷ୍ଟ ହୋଇଥିବା ଧାନର ଆନୁମାନିକ ମୂଲ୍ୟ ୨.୭୩ ଲକ୍ଷ ଟଙ୍କା ଏବଂ ପାଳର ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ପ୍ରକାଶ ଯେ, ମନୋଜଙ୍କ ଘର ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଖଳାରେ ଗତରାତି ୨ଟା ସମୟରେ ନିଆଁ ଲାଗିଯାଇଥିଲା । ଉକ୍ତ ଖରୀ ନିକଟରୁ ପେଟ୍ରୋଲ ଗନ୍ଧ ବାହାରୁଥିବା ଏକ ବୋତଲ ଉଦ୍ଧାର କରାଯାଇଥିଲା । କେହି ଦୁର୍ବୃତ୍ତ ଜାଣିଶୁଣି ଖରୀ ପୋଡ଼ି ଦେଇଥିବା ଅନୁମାନ କରାଯାଉଛି । ଏନେଇ ମନମୁଣ୍ଡା ଥାନାରେ ଏତଲା ଦିଆଯାଇଛି । ଧାର କରଜ କରି ଚାଷ କରିଥିବା ମନୋଜ ଏବେ ସର୍ବହରା ହୋଇପଡ଼ିଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ଚାଷୀ ମନୋଜଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।


Comments are closed, but trackbacks and pingbacks are open.