ଜଳେଶ୍ୱର,(ବି.ବି.ନୁ୍ୟଜ୍): ନିଶା ବ୍ୟବସାୟୀ ସହିତ କଥାବାର୍ତ୍ତା କରୁଥିବା ଅଡିଓ ଭାଇରାଲ ହେବା ପରେ ୧୪ ତାରିଖରେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିଲେ । ମାତ୍ର ରବିବାର ପୁଲିସ ମହାନିଦେ୍ର୍ଧଶକ ଅଭୟ ଟୁଇଟ୍ କରି କାର୍ଯ୍ୟରେ ଅବହେଳା ଯୋଗୁଁ ଶ୍ରୀ ସାହୁଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଏହି ନିଲମ୍ବନ ନିଦେ୍ର୍ଧଶ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ ପ୍ରତକ୍ରିୟାରେ ଆଇଆଇସି ଶ୍ରୀ ସାହୁଙ୍କୁ କେବଳ ନିଲମ୍ବନ ନୁହେଁ, ତାଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇ ଗିରଫ କରାଯାଉ ବୋଲି କହିଛନ୍ତି । ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ, ପୁଲିସ ମହାନିଦେ୍ର୍ଧଶକ, ବାଲେଶ୍ୱର ଜିଲ୍ଲାପାଳ, ଏସପି ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଘଟଣାରେ ଜଳେଶ୍ୱର ଓକିଲ ସଂଘର ପୂର୍ବତନ ସମ୍ପାଦକ ଜିତାଂଶୁ ଶେଖର ନନ୍ଦୀ ତୁରନ୍ତ ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବନ ପରିବର୍ତ୍ତେ କାର୍ଯ୍ୟରୁ ବହିଷ୍କୃତ କରି ଗିରଫ କରାଯାଉ । ଜଳେଶ୍ୱର ଥାନାକୁ ଦଲାଲମୁକ୍ତ କରାଯାଉ । ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ସହ ଶ୍ରୀ ସାହୁ ଓ ତାଙ୍କର ସହଯୋଗୀ ଦଲାଲ, ମଧ୍ୟସ୍ଥିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ତୁରନ୍ତ ସେମାନଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ନନ୍ଦୀ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.