ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜଳ କର ଆଦାୟ କରିବେ ମହିଳା । ମେସିନ୍ ଧରି ଦୁଆର ଦୁଆର ବୁଲି କର ଆଦାୟ କରିବେ । ଖାସ୍ ଏଥିପାଇଁ ମହିଳା ସ୍ୱୟଂ ସହାୟିକା ଗୋÂୀକୁ ଏହି ଅଭିଯାନରେ ସାମିଲ କରାଯାଇଛି । ଆଉ ଆରମ୍ଭ ହୋଇଛି ‘ଜଳସାଥୀ’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ନବୀନ ନିବାସ ଜଳ କର ବାବଦକୁ ୫୯୩ ଟଙ୍କା ଜଳ ସାଥୀଙ୍କ ପାଖରେ ପୈଠ କରିଛନ୍ତି ।
ଏଣିକି ସହରାଞ୍ଚଳରେ ଜଳ କର ଆଦାୟ କରିବେ ମହିଳା ସ୍ୱୟଂ ସହାୟିକା ଗୋÂୀ । ମିଶନ ଶକ୍ତିର ମହିଳାମାନେ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ପାଣି ବିଲ୍ ଆଦାୟ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୮ଟି ୱାର୍ଡରେ ଏହା କାର୍ଯ୍ୟକାରୀ ହେବ । ମହିଳାମାନେ ଖାଲି ଜଳକର ଆଦାୟ କରିବେନି, ଜଳର ଗୁଣାବତ୍ତା ମଧ୍ୟ ଯାଞ୍ଚ କରିବେ ।
‘ୱାଟକୋ’ ଦ୍ୱାରା ଏହି ଯୋଜନା ହାତକୁ ନିଆଯାଇଛି । ରେଳବାଇ ଅଡିଟୋରିୟମଠାରେ ଆୟୋଜିତ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ପରିବାରର ସ୍ୱାସ୍ଥ୍ୟ ପ୍ରତି ମା’ମାନେ ଅଧିକ ଯତ୍ନବାନ । ଭଲ ପିଇବା ପାଣିର ଉତ୍ତମ ସ୍ୱାସ୍ଥ୍ୟ ସହିତ ସମ୍ପର୍କ ରହିଛି । ତେଣୁ ପିଇବା ପାଣିର ପରିଚାଳନା ଦାୟିତ୍ୱ ମା’ମାନଙ୍କୁ ଦିଆଯିବା ଏକ ପ୍ରଶଂସନୀୟ ପଦକ୍ଷେପ । ମହିଳାମାନଙ୍କର ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭ କରି ଛତୁଆ ଯୋଗାଣ,ବିଦୁ୍ୟତ୍ ମିଟର ରିଡିଙ୍ଗ୍ ପରି ଅନେକ ଦାୟିତ୍ୱ ମା’ମାନଙ୍କୁ ଦେଇଛନ୍ତି । ଆଉ ମହିଳାମାନେ ସଫଳତାର ସହ ସବୁ ଦାୟିତ୍ୱକୁ ନିର୍ବାହ କରୁଛନ୍ତି । ତେଣୁ ଜଳସାଥୀ ଭାବେ ମା’ମାନେ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବେ । ସେମାନେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ । ପ୍ରତି ପରିବାରକୁ ପାଇପ୍ ପାଣି ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀମାନେ ସଫଳତାର ସହ ଆଗେଇ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ ବ୍ୟକ୍ତ କରିଛନ୍ତି ।
ସମ୍ମାନିତ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଲେ, ସୁସ୍ଥ ସମାଜରେ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାର ମହିଳାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି । ଜଳସାଥୀ ଯୋଜନା ମାଧ୍ୟମରେ ସେମାନେ ଆହୁରି ସ୍ୱାବଲମ୍ବୀ ହୋଇପାରିବେ ।
ଏହି ଅବସରରେ ଉପସ୍ଥିତ ଜଳସାଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ଜଳର ମାନ ପରୀକ୍ଷା ପାଇଁ ସ୍ୱତନ୍ତ୍ର କିଟ୍ ଓ ପିଓଏସ୍ ମେସିନ୍ ବଣ୍ଟନ କରିଥିଲେ । ଏହି ଯୋଜନାରେ ଜଳସାଥୀମାନେ ଘରକୁ ଘର ବୁଲି ଲୋକଙ୍କଠାରୁ ଜଳକର ଆଦାୟ କରିବେ । ଏହା ସହିତ ଜଳ ସଂଯୋଗ ଦେବାରେ ସହାୟତା କରିବେ । ନିୟମିତ ଜଳର ମାନ ପରୀକ୍ଷା କରିବେ । ଲୋକଙ୍କ ଅଭିଯୋଗକୁ ସରକାରଙ୍କ ନିକଟରେ ପହଞ୍ଚାଇବାରେ ସହଯୋଗ କରିବେ । ଏଥିପାଇଁ ୱାଟକୋ ଓ ମହିଳା ସ୍ୱୟଂ ସହାୟକ ମହାସଂଘ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଭୁବନେଶ୍ୱରର ୮ଟି ୱାର୍ଡ ପାଇଁ ୬୦ ଜଣ ଜଳସାଥୀ ନିୟୋଜିତ ହୋଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ତଥା ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ ।
ୱାଟ୍କୋ ନିଦେ୍ର୍ଧଶକ ଚିତ୍ତରଞ୍ଜନ ଜେନା କହିଛନ୍ତି, ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅଫିସ କର୍ମଚାରୀମାନଙ୍କ ଦ୍ୱାରା ଜଳ କର ଆଦାୟ ଓ ଅନ୍ୟାନ୍ୟ କାର୍ଯ୍ୟ ପରିଚାଳନା କରିବା ସହଜ ହେଉନି । ମହିଳାମାନଙ୍କୁ ଏଥିରେ ନିୟୋଜିତ କରିବା ଦ୍ୱାରା ସେମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ । ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳିବ । ସେମାନେ ଯେତିକି ଅର୍ଥ ଆଦାୟ କରିବେ, ତା’ର ୫ଧ ସେମାନଙ୍କୁ ପାଉଣା ଦିଆଯିବ । ତା’ ସହିତ ନୂଆ ସଂଯୋଗ ପାଇଁ ମଧ୍ୟ ପାଉଣା ଦିଆଯିବ ।
ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥିଭାତନାନ୍ ଓ ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.