ଜଳ ପ୍ରପାତରୁ ଖସି ପଡିଲେ ଫାର୍ମାସୀ ଛାତ୍ର

Get real time updates directly on you device, subscribe now.

ଦେବଗଡ଼,(ବି.ବି.ନୁ୍ୟଜ୍): ଭିଡିଓ କଲିଂ କରି ସାଙ୍ଗକୁ ଜଳ ପ୍ରପାତ ଦେଖାଉଥିଲେ । ହେଲେ ଅସାବଧାନତା ବଶତଃ ନିଜ ଗୋଡ଼ ଖସିଗଲା । ଆଉ ଜଳକୁଣ୍ଡରେ ବୁଡ଼ିଗଲେ ଫାର୍ମାସୀ ଛାତ୍ର । ତାଙ୍କ ନାଁ ଶୁଭମ୍ ପ୍ରସାଦ । ଏପରି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ଏକ ନମ୍ବର ଜଳକୁଣ୍ଡରେ । ଯୁବକଜଣକ ଆଲ୍ଲାବାଦରେ ଫାର୍ମାସୀ ପଢ଼ୁଥିଲେ । ହେଲେ ଲକ୍ଡାଉନ୍ ପୂର୍ବରୁ ସେ ନିଜ ଘର ଦେବଗଡ଼ ଜିଲ୍ଲାକୁ ପଳାଇ ଆସିଥିଲେ । ସୂଚନାଅନୁସାରେ ଗତକାଲି ସକାଳେ ଶୁଭମ୍ ପ୍ରାତଃ ଭ୍ରମଣ ନିମନ୍ତେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ଼ ଉପରେ ଥିବା ଜଳକୁଣ୍ଡକୁ ଯାଇଥିଲେ । ସେଠାରେ ସେ ଜଳକୁଣ୍ଡ ପ୍ରାଶରେ ଠିଆହୋଇ ସେଲଫି ନେଉଥିଲେ । ଏହାପରେ ଆଲ୍ଲାବାଦରେ ଥିବା ନିଜର ଜଣେ ବନ୍ଧୁଙ୍କ ସହ ଭିଡିଓ କଲିଂ କରି ଏହି ମନୋରମ ଦୃଶ୍ୟ ଦେଖାଉଥିଲେ । ଏହି ସମୟରେ ହଠାତ୍ ତାଙ୍କର ଗୋଛ ଖସି ଯିବାରୁ ସେ ଜଳ କୁଣ୍ଡରେ ପଡି ପାଣିରେ ବୁଡି ଯାଇଥିବା ଅନୁମାନ କରାଯାଉଛି । ଶୁଭମ୍ ଘରକୁ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ପାଇନଥିଲେ । ଏହାପରେ ସନ୍ଧ୍ୟାରେ ପରିବାର ଲୋକେ ଆଲ୍ଲାବାଦରେ ଥିବା ତାଙ୍କ ସାଙ୍ଗକୁ ଫୋନ୍ କରି ଶୁଭମ୍ ସମ୍ପର୍କରେ ପଚାରିଥିଲେ । ଶୁଭମ୍ ତାଙ୍କୁ ସକାଳେ ଭିଡିଓ କଲ୍ କରିଥିବା ତାଙ୍କ ସାଙ୍ଗ ଜଣକ କଲ କରିଥିବା ବେଳେ ତା ମୋବାଇଲ ହଠାତ୍ ସୁଇଜ୍ ଅଫ୍ ଆସିଥିବା ତାଙ୍କ ସାଙ୍ଗ ଶୁଭମ୍ଙ୍କ ପରିବାର ଲୋକଙ୍କୁ ଜଣାଯାଇଥିଲେ । ଶୁଭମ୍ଙ୍କ ସାଙ୍ଗଠାରୁ ଏହି ସୂଚନା ପାଇବା ପରେ ଆଜି ସକଳେ ପରିବାର ଲୋକେ ପ୍ରଧାନପାଟ ଜଳ ପ୍ରପାତରେ ଖୋଜଖୋଜି ଆରମ୍ଭ କରିଥିଲେ । ଏହାପରେ ଶୁଭମ୍ଙ୍କ ମୃତଦେହ ଜଳକୁଣ୍ଡରେ ଭାସୁଥିବା ଦେଖିବାକୁ ପାଇଥିଲେ । ଏନେଇ ତାଙ୍କ ପରିବାର ଲୋକେ ଦେବଗଡ଼ ଥାନା ପୋଲିସକୁ ସୂଚନା ଦେଇଥିଲେ । ଦମକଳ ବାହିନୀ ସହାୟତାରେ ଜଳକୁଣ୍ଡରୁ ଶୁଭମ୍ଙ୍କ ମୃତଦେହ ଉଦ୍ଧାର କରାଯାଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons