କଟକ,(ବି.ବି.ବୁ୍ୟରୋ): ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଜୟକୃଷ୍ଣ ପଟେଲ ଓଡ଼ିଶା ରାଜ୍ୟ ମାନବାଧିକାର କମିସନ(ଓଏଚ୍ଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ମାନବାଧିକାର କମିସନ୍ ଅଧ୍ୟକ୍ଷ ଥିବା ଜଷ୍ଟିସ୍ ବି.ପି.ଦାସ ଗତ ୧୪ ତାରିଖରେ ଅବସର ଗ୍ରହଣ କରିବା ପରେ ଏହି ପଦ ଖାଲିପଡିଥିଲା । ରାଜ୍ୟପାଳଙ୍କ ନିଦେ୍ର୍ଧଶକ୍ରମେ ରାଜ୍ୟ ଆଇନ ବିଭାଗ ଗତ ୨୬ ତାରିଖରେ ଜଷ୍ଟିସ୍ ପଟେଲ୍ଙ୍କ ନିଯୁକ୍ତି ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୁନ୍ଦରଗଡରେ ଜନ୍ମିତ ଜଷ୍ଟିସ୍ ପଟେଲ୍ ଗତ ୨୦୦୮ ମସିହା ଜାନୁଆରୀ ୧୭ ତାରିଖରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୫ ମସିହା ଜାନୁଆରୀ ୨୩ ତାରିଖରେ ସେ ହାଇକୋର୍ଟର ବିଚାରପତି ପଦବିରୁ ଅବସର ଗ୍ରହଣ କରିଥିଲେ । ପରେ ସେ ଓଡ଼ିଶା ରାଜ୍ୟ ଖାଉଟି କମିସନ୍ର ସଭାପତି ଭାବେ ତିନି ବର୍ଷ ପାଇଁ କାର୍ଯ୍ୟ କରିଥିଲେ ।
ଜଷ୍ଟିସ୍ ପଟେଲ୍ ଉ+ଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫାକ୍ଲଟି ଅଫ ଲ’ରୁ ଏଲ୍ଏଲ୍ବି ପାସ୍ ଡିଗ୍ରୀ ହାସଲ କରିଥିଲେ । ୧୯୭୯ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଜଣେ ଆଇନଜୀବୀ ଭାବେ ନିଜ ନାମ ପଞ୍ଜିକୃତ କରିଥିଲେ । ଆଇନଜୀବୀ ଭାବେ ବୃତ୍ତିଗତ ଜୀବନ ନିର୍ବାହ ଅବସରରେ ୧୯୯୩ରେ ଓଏସ୍ଜେଏସ୍(ବରିÂ ବ୍ରାଞ୍ଚ୍)କୁ ଚୟନ ହୋଇଥିଲେ । ପୁରୀ ଜିଲ୍ଲାରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍, ପରେ ବଲାଙ୍ଗୀରର ଜିଲ୍ଲା ଦୌରାଜଜ୍, ପୁଣି ପୁରୀର ଜିଲ୍ଲା ଦୌରାଜଜ୍ ଭାବେ କାର୍ଯ୍ୟ କରିବା ପରେ ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟସଚିବ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ହାଇକୋର୍ଟର ରେଜିଷ୍ଟ୍ରାର(ପ୍ରଶାସକ)ରେ କାର୍ଯ୍ୟ କରିବା ପରେ ଓଡିଶା ସେଲ୍ସ ଟ୍ୟାକ୍ସ ଟ୍ରିବୁ୍ୟନାଲର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେହିପରି ୨୦୦୭ ମସିହାରେ ଆଇନ ବିଭାଗ ପ୍ରମୁଖ ଶାସନସଚିବ ପଦବିରେ କାର୍ଯ୍ୟ କରିବା ପରେ ୨୦୦୮ ଜାନୁଆରୀ ୧୭ ତାରିଖରେ ହାଇକୋର୍ଟର ବିଚାରପତି ପଦବିରେ ନିଯୁକ୍ତି ପାଇଥିଲେ ।


Comments are closed, but trackbacks and pingbacks are open.