ଜାତକ, କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ:ରକ୍ତଦାନ କଲେ ବର ଓ କନ୍ୟା

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଜାତି, ଯୌତୁକ, ଜାତକ, କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ । ବ୍ରହ୍ମପୁର ବୈଦ୍ୟନାଥେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ବ୍ରହ୍ମପୁର ମାନବବାଦୀ ହେତୁବାଦୀ ସଙ୍ଗଠନ ଆନୁକୂଲ୍ୟରେ ଏହି ବିବାହ ଅନୁÂିତ ହୋଇଥିଲା । ବର ପିତା ଡି.ମୋହନ ରାଓ ନିଜ ପୁଅର ବିବାହ କରି ଏକ ଆଦର୍ଶ ସୃଷ୍ଟି କରିଛନ୍ତି । ରବିବାର ବିବାହ କରିଥିବା ବର ବିପ୍ଲବ ଓ କନ୍ୟା ଅନିତା ଦୁଇ ଜଣ ପ୍ରଥମେ ରକ୍ତଦାନ କରି ଶିବିରକୁ ଉଦ୍ଘାଟନ କରି ଲୋକଙ୍କୁ ପ୍ରେରଣା ଯୋଗାଇଥିଲେ । ଏହାପରେ ସମ୍ବିଧାନକୁ ସାକ୍ଷୀ ରଖି ଶପଥ ନେଇଥିଲେ ଉଭୟଙ୍କ ସ୍ୱାଧୀନତା ଓ ସ୍ୱତନ୍ତ୍ର ବ୍ୟକ୍ତିତ୍ୱକୁ ସମ୍ମାନ ଦେଇ ଜୀବନ ସାଥୀ ଭାବେ ଜୀବନ ନିର୍ବାହ କରିବେ ।
ବିବାହ ସମୟରେ ବିପ୍ଲବଙ୍କର ବାପା ଡି.ମୋହନ ରାଓ, ମା-ଏଲ.ଜାନକୀ ଓ କନ୍ୟା କେ.ଅନିତା ପାତ୍ରଙ୍କ ମା’କେ.ସୀତାମ୍ମା ଉପସ୍ଥିତ ଥିଲେ । ଆଦର୍ଶ ବିବାହ ଆଜିର ଆବଶ୍ୟକତା ଉପରେ ଏକ ଆଲୋଚନା ଚକ୍ର ଅନୁÂିତ ହୋଇଥିଲା । ଚଳିତବର୍ଷ ଜାନୁଆରୀ ୨୫ ତାରିଖରେ ପୃଥିକ୍ ଓ ମନ୍ଦାକିନୀଙ୍କ ଆଦର୍ଶ ବିବାହ ପରେ ଏହା ଥିଲା ଏହି ବର୍ଷର ଦ୍ୱିତୀୟ ଆଦର୍ଶ ବିବାହ । ବିବାହ କାର୍ଯ୍ୟକ୍ରମରେ ଅନୁÂିତ ଆଲୋଚନା ସଭାରେ ପ୍ରଫେସର ଧନେଶ୍ୱର ରାଓ ସଭାପତିତ୍ୱ କରିଥିଲେ । ସଙ୍ଗଠନର ସଭାପତି ଇଟି.ରାଓ, କେଏନ. ସେନାପତି, ଜେ.ସୁରେଶ, ସୁନେଜ କୁମାର ପାଣିଗ୍ରାହୀ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଇ.ରାଜା ସୁରେଶ, ପ୍ରତାପ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀନୃସିଂହ ରଥ, ଅମୀର ପ୍ରସାଦ ସାହୁ, ସୂର୍ଯ୍ୟନାରରାୟଣ ସାହୁ, କେ.ବସବ ରାଜୁ, ବି.ବାଳକୃଷ୍ଣ, ବଂଶୀଧର ଦାସ ପ୍ରମୁଖ ସହଯୋଗ କରିଥିଲେ । ଏଭିବିଡି ଓଡ଼ିଶା ଓ ମାନବବାଦୀ, ହେତୁବାଦୀ ସଙ୍ଗଠନ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁÂିତ ହୋଇଥିଲା । ବାହାଘରେ ୩୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏଭିବିଡି ସମ୍ପାଦକ ସୁଶାନ୍ତ ଘୋଷ, କେ.ପୁରୁଷୋଞ୍ଚମ ସୁବୁଦ୍ଧି, ମନୋଜ କୁମାର ପାଢ଼ୀ, ବି.ଲକ୍ଷ୍ମୀନାରାୟଣ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଡା.ରଶ୍ମିତା ପାଣିଗ୍ରାହୀ, ବସନ୍ତ କୁମାର ବେହେରା, ରାମହରି ପଣ୍ଡା, ଚରଣ ଦେହୁରୀ, ନାଗଭୂଷଣ ପ୍ରଧାନ ରକ୍ତ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons