ଜାତିଆଣ ଆକ୍ଷେପ ଅଭିଯୋଗରେ ଅଧ୍ୟକ୍ଷ, ଅଧ୍ୟାପକ ଓ କିରାଣିଙ୍କ ନାଁରେ ମାମଲା ରୁଜୁ

Get real time updates directly on you device, subscribe now.

ରାଉରକେଲା: ମହଙ୍ଗା ପଡିଲା ଜାତିଆଣ ଆକ୍ଷେପ। ଜାତିଆଣ ଆକ୍ଷେପ ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟର କିରାଣୀଙ୍କୁ ନିଲମ୍ବନ କରାଯାଇଛଇ। ତାଙ୍କ ନାଁ ପାଣୁ ଚରଣ ପାଇକରାୟ।
ସେହିପରି କଲେଜ ଅଧ୍ୟକ୍ଷଙ୍କ ବଦଳି ପାଇଁ କଲେଜ ମ୍ୟାନେଜିଂ କମିଟି ସରକାରଙ୍କୁ ଚିଠି ଲେଖିଛି। ଏଥିସହ ଏହି ଘଟଣାରେ କଲେଜ ଅଧ୍ୟକ୍ଷଙ୍କ ସହ ଅଧ୍ୟାପକ ଓ କିରାଣୀଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।
ଏହି ମହାବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଅଧ୍ୟକ୍ଷଙ୍କ ସହିତ ଜଣେ ଅଧ୍ୟାପକ ଓ କିରାଣି ଅସଦାଚରଣ କରିବା ସହିତ ତାଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ପରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons