ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଆମର ସାହିତ୍ୟ ସମୃଦ୍ଧ, ଆମର ବୈପ୍ଲବିକ ଇତିହାସ ରହିଛି । ଆମ ସଂସ୍କୃତି ଆଉ ପରମ୍ପରା ଶ୍ରୀଜଗନ୍ନାଥଙ୍କ ପରମ୍ପରା । ମାତ୍ର ଆମେ ଆମର ବିଶାଳ, ସମୃଦ୍ଧ, ଗାରିମାମୟ, ସଂଗ୍ରାମୀ ଇତିହାସକୁ ଭୁଲି ଯାଇଛେ । ତେଣୁ ବିକାଶର ଧାରାରେ ଆମେ ପଛରେ ପଡ଼ିଯାଇଛେ । କୌଣସି ଜାତି ଲଢୁଆ ନହେଲେ, ବିପ୍ଲବ ନକଲେ ତାହାର ବିକାଶ ସମ୍ଭବପର ହୋଇପାରିବନି । ବୁଧବାର ପୂର୍ବାହ୍ଣରେ ବ୍ରହ୍ମପୁର ଟାଉନ୍ ହଲ୍ରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନିଜ ଉଦ୍ବୋଧନରେ ଏହା କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।
ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଦ୍ୱାରା ଆୟୋଜିତ ହୋଇଥିଲା ଏହି ସମ୍ବର୍ଦ୍ଧନା ସମାରୋହ । ଏହି ଅବସରରେ ଆନ୍ଧ୍ର ରାଜ୍ୟପାଳଙ୍କୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିବିଶେଷ, ସାହିତି୍ୟକ, ସାମାଜିକ, କଳା ଓ ସଂସ୍କୃତି ତଥା ସାମାଜିକ ଅନୁÂାନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଜ୍ୟପାଳ ସମ୍ବର୍ଦ୍ଧନାର ଉତ୍ତରରେ କହିଥିଲେ ଯେ- ବର୍ତ୍ତମାନ ମାଟି,ମାଆ,ମଣିଷ ପାଇଁ ଲଢେ଼ଇ ଦେଖିବାକୁ ମିଳୁଛି । ଭାରତ ହେଉଛି ମହାନ ସଂସ୍କୃତିସମ୍ପନ୍ନ ଦେଶ । ଏହାର ଗାରିମା, ସଂହତି, ସର୍ବଭୌମତ୍ୱକୁ ବଜାୟ ରଖିବାକୁ ହେଲେ ଜାତିକୁ ଜାଗ୍ରତ ହେବାକୁ ପଡ଼ିବ । ଯେପରି ସ୍ୱାଧୀନତା ସଂଗ୍ରାମ ବେଳେ ସାରା ଦେଶରେ ଲୋକେ ଏକ ମନ ଏକ ପ୍ରାଣ ହୋଇ ବ୍ରିଟିଶ୍ମାନଙ୍କ ବିରୋଧରେ ସଂଗ୍ରାମକୁ ଓହ୍ଲାଇଥିଲେ ସେହି ସମୟ ଫେରି ଆସୁ । ଓଡ଼ିଆ ଜାତିର ସାମରିକ ଇତିହାସ ରହିଛି । ତେଣୁ ତ ସିପାହୀ ବିଦ୍ରୋହର ପ୍ରାୟ ୪୦ ବର୍ଷ ପୂର୍ବରୁ ଆମ ରାଜ୍ୟରେ ପାଇକ ବିଦ୍ରୋହ ହୋଇଥିଲା । ଏହି ରକ୍ତାକ୍ତ ଗଣସଂଗ୍ରାମର ପଟାନ୍ତର ନାହିଁ ଯେଉଁଠି ବ୍ରିଟିଶ୍ମାନଙ୍କ ବିରୋଧରେ ପ୍ରଥମ କରି ଦେଶର କେଉଁଠି ସୈନିକମାନେ ମେଳି ବାନ୍ଧି ଅସ୍ତ୍ର ଉତ୍ତୋଳନ କରିଥିଲେ । ଏପରିକି ଇଂରେଜୀମାନଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା । କିନ୍ତୁ ଦୁଃଖର କଥା ଏଭଳି ଗୌରବସମ୍ପନ୍ନ ବୀରତ୍ୱ ଇତିହାସରେ ଭରପୁର ଜାତି ଆଜି ନିରବ । ଅତ୍ୟଧିକ ସହନଶୀଳ ହୋଇଯିବା କାରଣରୁ କେତେକ ଆମକୁ ବଳଦ ପରି ବିଚାର କରୁଛନ୍ତି । ତେବେ ସୌଭାଗ୍ୟର କଥା ଦୀର୍ଘ ଦିନର ପ୍ରୟାସ ପରେ ପାଇକ ବିଦ୍ରୋହ ଦେଶର ପ୍ରଥମ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ବୋଲି ଗ୍ରହଣୀୟ ହୋଇପାରିଛି । ଯେଉଁଦିନ ଦିଲ୍ଲୀର ବିଜ୍ଞାନ ଭବନରେ ତକ୍ରାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଏହି ଘୋଷଣା ହୋଇଥିଲା ସେତେବେଳେ ଛାତି ଫୁଲି ଉଠିଥିଲା । ସେଇ ମାଟିର, ସେଇ ଜାତିର ସନ୍ତାନ ଆମେ । ସେହି ବୀର ରକ୍ତ ଆମ ଦେହରେ ପ୍ରବାହିତ । ସେ ସଂଗ୍ରାମରେ ଅବିଭକ୍ତ ଗଞ୍ଜାମର ମଧ୍ୟ ଅବଦାନ କିଛି କମ୍ ନଥିଲା । ମାତ୍ର ଏବେ ସୁପ୍ତ ହୋଇ ରହିଗଲେ ହେବନି । ନିଜକୁ ବିକଶିତ କରିବାକୁ ହେଲେ ଆମକୁ ଆମର ସଂଗ୍ରାମୀ ବା ବିପ୍ଲବୀ ଇତିହାସ ଅନୁରୂପ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ।
ଅପରପକ୍ଷରେ ସେ ଜୈବିକ ଚାଷ ଉପରେ ଗୁରୁତ୍ୱାରୋପ କରିଥିଲେ । ରାସାୟନିକ ସାର, କୀଟନାଶକ ପ୍ରୟୋଗ ଦ୍ୱାରା ମାଟି ବିଷାକ୍ତ ହେଉଛି । ସେଥିରୁ ଅମଳ ହେଉଥିବା ଖାଦ୍ୟ ଶସ୍ୟ ମଧ୍ୟ ବିଷାକ୍ତ ହୋଇଗଲାଣି । ତାହାକୁ ଗ୍ରହଣ କରି ଆମ ଭବିଷ୍ୟତ ପୀଢିÿ ଧ୍ୱଂସାଭିମୁଖୀ ହେବା ଆଶଙ୍କା ରହିଛି । ଏଣୁ ଅର୍ଗାନିକ ଫାର୍ମିଂ କରିବାକୁ ହେବ । ସେପଟେ ପ୍ରଦୂଷଣ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଏହାର ନିରାକରଣ ପାଇଁ ଆମକୁ ବ୍ୟାପକ ବୃକ୍ଷରୋପଣ କରିବାକୁ ପଡ଼ିବ । ଗଛ ଲଗାଇବାକୁ ଧର୍ମ ବା ଆନେ୍ଦାଳନ ଭାବେ ଆମକୁ ଗ୍ରହଣ କରିବାକୁ ହେବ । ଯେତେ ଗଛ ଲଗାଯିବ ଆଗାମୀ ପୀଢିÿ ସେତେ ବିପଦରୁ ରକ୍ଷା ପାଇବ । ଏ ନେଇ ଆମକୁ ଦୃଢ଼ ସଂକଳ୍ପ ଗ୍ରହଣ କରିବାକୁ ହେବ ବୋଲି ସେ ଆହ୍ୱାନ ଦେଇଥିଲେ ।
ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରତିଭାଧର ବ୍ୟକ୍ତିବିଶେଷଙ୍କୁ ଆନ୍ଧ୍ର ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଭୂତି ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଯୋଜନା କରିଥିଲେ ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର । ସମ୍ମିଳନୀ ସଭାପତି କବି ପ୍ରଶାନ୍ତ ମିଶ୍ର ପୌରୋହିତ୍ୟ କରିଥିବା ବେଳେ ଆନ୍ଧ୍ର ରାଜ୍ୟପାଳଙ୍କ ପ୍ରଶଂସା ପତ୍ର ପାଠ କରିଥିଲେ ଡ. ବିଦୁ୍ୟତ୍ପ୍ରଭା ସାହୁ । ଭୁବନେଶ୍ୱରର ବରିÂ ସାମ୍ବାଦିକ ସଞ୍ଜୟ ଜେନା, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ବ୍ରହ୍ମପୁର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡି, ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ୍ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର୍ ଡା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଜାତୀୟ ରବର ବୋର୍ଡ ସଦସ୍ୟ ଭୃଗୁ ବକ୍ସିପାତ୍ର, ମହାନ ସଂଘ ସଭାପତି ସୁଶାନ୍ତ ସାବତ, ବିଡିଏ (ବ୍ରହ୍ମପୁର) ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା, ନବୀନ ସମ୍ପାଦକ ରବି ରଥ ମଞ୍ଚାସୀନ ଥିଲେ ।
Comments are closed, but trackbacks and pingbacks are open.