ଜାନକାଦେଇପୁର ଷ୍ଟେସନ୍ ନିକଟରେ ଅଘଟଣ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ରେଳଧାରଣାରେ ଦୁର୍ଘଟଣା । ଲାଇନ୍ଚୁ୍ୟତ ହେଲା ରେଳ ଇଞ୍ଜିନ । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଜଣ ଡ୍ରାଇଭର୍ ଓ ଜଣେ ଗାର୍ଡ । ଚନ୍ଦନପୁର ଥାନା ଅଧୀନ ଜାନକାଦେଇପୁର ରେଳ ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଦୀର୍ଘ ୪ ଘଣ୍ଟା କାଳ ନୟାନ୍ତ ହୋଇଛନ୍ତି ରେଳ କର୍ମଚାରୀ ଓ ଅଧିକାରୀ । ପରେ ୬ ବଗି ଧରି ପୁରୀ ଷ୍ଟେସନ୍ ଫେରିଛି ଇଞ୍ଜିନ୍ ।
ସୋମବାର ରାତି ୮ଟା ୫୦ । ଖୋର୍ଦ୍ଧାରୋଡ୍ରୁ ପୁରୀ ଷ୍ଟେସନ୍କୁ ଏକ ଇଞ୍ଜିନ ଆସୁଥିଲା । ଏଥିରେ ଜଣେ ଗାର୍ଡ ସହ ୨ ଜଣ ଡ୍ରାଇଭର୍ ଥିଲେ । ଇଞ୍ଜିନ୍ଟି ୬ଟି ଫାଙ୍କା ବଗି ନେଇ ଆସୁଥିବାବେଳେ ଜାନକାଦେଇପୁର ଷ୍ଟେସନ୍ ନିକଟରେ ଲାଇନ୍ଚୁ୍ୟତ ହୋଇଯାଇଥିଲା । ଇଞ୍ଜିନ୍ର ବେଗକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ଡ୍ରାଇଭର୍ । ଫଳରେ ଲାଇନ୍ଚୁ୍ୟତ ଅବସ୍ଥାରେ ପ୍ରାୟ ୪୦ ମିଟର୍ ଘୁଷୁଡି ଯାଇ ଇଞ୍ଜିନ୍ ଅଟକିଥିଲା । ଖବର ପାଇ ୧୫ ମିନିଟ୍ ମଧ୍ୟରେ ରିଲିଫ୍ ଇଞ୍ଜିନ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏକ୍ସପର୍ଟମାନେ ଲାଇନ୍ଚୁ୍ୟତ ଇଞ୍ଜିନ୍ ପଛରେ ଲାଗି ପଡିଥିଲେ । ପ୍ରାୟ ୪ ଘଣ୍ଟା ପରେ ଅର୍ଥାତ୍ ରାତି ୧୨ଟା ୫୦ରେ ଟ୍ରେନ୍ ଲାଇନ୍କୁ ଫେରିଥିଲା ଇଞ୍ଜିନ୍ । ଶେଷରେ ଉକ୍ତ ଇଞ୍ଜିନ୍ ଷ୍ଟେସନ୍ ଫେରିଥିଲା । ତେବେ ଏହି ସମୟରେ ପୁରୀକୁ କୌଣସି ଟ୍ରେନ୍ ଆସିବାର ନଥିଲା । ଡାଉନ୍ ଲାଇନ୍ରେ ଅଘଟଣ ଘଟିଥିବାରୁ କୌଣସି ସମସ୍ୟା ସୃଷ୍ଟି ହୋଇ ନଥିଲା । ସେପଟେ ୨ ଡ୍ରାଇଭର୍ ଓ ଜଣେ ଗାର୍ଡ ସୁରକ୍ଷିତ ଥିବାବେଳେ କୌଣସି କ୍ଷୟକ୍ଷତି ଘଟିନଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons