ହାଇଦ୍ରାବାଦ: ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ମା’ ହେବା ପରେ ଦୀର୍ଘ ଦିନ ଧରି ଟେନିସ୍ କୋର୍ଟରୁ ଦୂରେଇ ରହିଛନ୍ତି । ସେ ପୁଣି କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି । ଆସନ୍ତା ଜାନୁଆରୀ ମାସରୁ ସେ କ୍ୟାରିୟରର ଦ୍ୱିତୀୟ ପାଳି ଆରମ୍ଭ କରିବେ ବୋଲି ସାନିଆ ଆଶା ରଖିଛନ୍ତି ।
ସାନିଆ କହିଛନ୍ତି, ମାତୃତ୍ୱ ଲାଭ କରିବା ପରେ ବହୁ କମ୍ ଖେଳାଳି ପୁଣି କ୍ୟାରିୟରରେ ସଫଳ ହୋଇଛନ୍ତି । ପୁଣି କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରୁଛି । ଯଦି ଫେରେ ତେବେ ଏହା ମୋ ପାଇଁ ଚମକ୍ରାର ଛଡ଼ା ଆଉ କିଛି ହେବ ନାହିଁ । ମୋ ପୁଅ ହିଁ ମୋର ଉତ୍ସାହ ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରେରଣା । ଯଦି କୋର୍ଟକୁ ଫେରେ, ତେବେ ଦ୍ୱିତୀୟ ପାଳିରେ ମୋର ଅଧିକ କିଛି ପ୍ରମାଣିତ କରିବାର କିଛି ନାହିଁ । କାରଣ କ୍ରୀଡ଼ାକୁ ନେଇ ଜୀବନର ସବୁ ସ୍ୱପ୍ନ ପୂରଣ ହୋଇ ସାରିଛି । ଆଉ ଅଧିକ କିଛି କରିବାର ଆଶା ନାହିଁ ।’
ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ପୂରା ଫିଟ୍ ହୋଇ ନାହିଁ ସେପର୍ଯ୍ୟନ୍ତ କୋର୍ଟକୁ ଓହ୍ଲାଇବାକୁ ଚାହୁଁନି । ହଠାତ ପ୍ରତ୍ୟାବର୍ତ୍ତନ କରି ଆହତକୁ ଆହ୍ୱାନ କରିବା ସହ ସମାନ । ମୋ ଶରୀର ମୋତେ ଅନୁମତି ନ ଦେବା ଯାଏ ଆଦୌ ବିପଦକୁ ଆହ୍ୱାନ କରିବାକୁ ଚାହୁନି ।’
ସାନିଆ କ୍ୟାରିୟରରେ ୬ଟି ଡବଲ୍ସ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି । ଯେଉଁଥିରେ ୩ଟି ମିକ୍ସଡ ଡବଲ ଟାଇଟଲ ରହିଛି । ଡବଲ୍ସରେ ସେ କ୍ୟାରିୟରର ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିଥିଲେ । ଗ୍ରାଣ୍ଡ୍ ସ୍ଲାମ ବ୍ୟତୀତ ଅନ୍ୟାନ୍ୟ ଡବ୍ଲୁଟିଏ ଟାଇଟଲ ଜିତିବାରେ ମଧ୍ୟ ସଫଳ ହୋଇଛନ୍ତି ।
Comments are closed, but trackbacks and pingbacks are open.