ଜାନୁଆରୀ ୩ରୁ ମା’ତାରାତାରିଣୀଙ୍କ ଦର୍ଶନ ମିଳିବ

Get real time updates directly on you device, subscribe now.

ଛତ୍ରପୁର,(ବି.ବି.ନୁ୍ୟଜ): ଆସନ୍ତା ବର୍ଷ ଅର୍ଥାତ ଆସନ୍ତା ରବିବାର ୩ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର ଆରାଧ୍ୟଦେବୀ ମା’ ତାରାତାରିଣୀ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ । ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବେ । କୋଭିଡ୍ କଟଣକରା ମଧ୍ୟରେ ପ୍ରାୟ ୮ ମାସ ହେଲା ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିଲା । କେବଳ ମା’ଙ୍କ ରୀତିନୀତି କାର୍ଯ୍ୟ ଚାଲିଥିଲା । ଦୀର୍ଘଦିନର ବ୍ୟବଧାନ ପରେ ସେବାୟତମାନଙ୍କ ସହ ଆଲୋଚନା କରାଯାଇଛି । ଆସନ୍ତା ୩ ତାରିଖରୁ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁÂିତ ବୈଠକରେ ଘୋଷଣା କରିଛନ୍ତି । ଭକ୍ତମାନେ ମନ୍ଦିରକୁ ଦର୍ଶନ ନିମନ୍ତେ ଯିବାବେଳେ ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ଉପରେ ଅଧିକ ସତର୍କତାମୂଳକ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ମଙ୍ଗଳବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇଛି । ଜିଲ୍ଲାରେ ରହିଥିବା ସମସ୍ତ ମନ୍ଦିର ଗୁଡିକ ମଧ୍ୟ ସ୍ଥାନୀୟ ତହସିଲଦାର, ମନ୍ଦିର କମିଟି ଓ ସେବାୟତ ମାନଙ୍କ ସହ ଆଲୋଚନା କରି ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ନିଦେ୍ର୍ଧଶ ପ୍ରଦାନ କରିଛନ୍ତି । କୋଭିଡ୍-୧୯ ବେଳେ ମନ୍ଦିର ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ତାରାତାରିଣୀ ମନ୍ଦିରର ପୂଜକ ସହଯୋଗ କରିଥିଲେ । ପୂଜକମାନଙ୍କ ସହଯୋଗ ଯୋଗୁଁ ଜିଲ୍ଲାପାଳ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଏକମାସ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବାକୁ ପଡିବ । ମା’ ତାରାତାରିଣୀ ମନ୍ଦିରର ପାହାଡ଼ ସୁରକ୍ଷା କାର୍ଯ୍ୟ ସମେତ ଦୀପ ଘର, ସ୍ନାନ ମଣ୍ଡପ, ପ୍ରସାଦସେବନ ଗୃହ, ଭୁ୍ୟଉ ପଏଣ୍ଟ ଇତ୍ୟାଦି ଅନେକ ଗୁଡିଏ ଉନ୍ନୟନ କାର୍ଯ୍ୟ ଚାଲିଛ । ସେହି ହେତୁ ମନ୍ଦିର ଚୂଡାରେ ଉନ୍ନୟନ କାର୍ଯ୍ୟ ସାମଗ୍ରୀ ଗଚ୍ଛିତ ରହିଛି । ଏଣୁ ଯାନ ବାହନ ରଖିବା ସ୍ଥାନ ଅଭାବ ରହିଛି । କୌଣସି ଯାନବାହନ ପାହାଡର ୩.୫ କିଲୋମିଟର ଦେଇ ଯାତାୟାତକୁ ବାରଣ କରାଯାଇଛି । ମନ୍ଦିର ତଳେ ଯାନ ବାହନ ପାର୍କିଂ ବ୍ୟବସ୍ଥା କରାଯିବ । ଆସନ୍ତା ୬ ମାସ ଯାଏଁ ମନ୍ଦିର ନିକଟକୁ ଯାନବାହନ ବାରଣ ରହିବ । ପରବର୍ତ୍ତି ପର୍ଯ୍ୟାୟରେ ବ୍ୟାଟେରି ଯାନ ବ୍ୟବହାର କରାଯିବ । ସେବାୟତ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସକାଶେ ପରିଚୟପତ୍ର ପ୍ରଦାନ କରାଯିବ । ପୂର୍ବାହ୍ନ ସାଢେ଼ ୬ଟାରୁ ମଧ୍ୟାହ୍ନ ୧୨ଘ.୩୦ ମିନିଟ୍ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବ । ବାରିକେଡ୍ ନିର୍ମାଣ କରି ଅଳ୍ପ ଅଳ୍ପ ଭକ୍ତଙ୍କୁ ଦର୍ଶନ ନିମନ୍ତେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବ । ପାହାଡ ରାସ୍ତା ଦେଇ ପ୍ରଶାସନ ପକ୍ଷରୁ ବସ୍ ଯୋଗେ ମନ୍ଦିର ନିକଟକୁ ଯାତ୍ରୀଗଣ ଦର୍ଶନ ନିମନ୍ତେ ନେବା ଆଣିବା କରାଯିବ । କେତେ ଦର ବସ୍ ଭଡ଼ା ରହିବ ତାହା ପରବର୍ତ୍ତି ପର୍ଯ୍ୟାୟରେ ସ୍ଥିର କରାଯିବ । ପାହାଡ଼ର ଚତୁଃପାଶ୍ୱର୍ରେ ଅର୍ଥାତ ତଳ ସ୍ଥାନରେ କୌଣସି ପିକ୍ନିକ୍ ସକାଶେ ବାରଣ କରାଯାଇଛି । ରୋଷେଇ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ମନା କରାଯାଇଛି । ବର୍ତ୍ତମାନ ମନ୍ଦିର ବେଢାରେ ବିବାହ କାର୍ଯ୍ୟ ହୋଇପାରିବ ନାହିଁ । ପାହାଡ଼ ନିକଟବର୍ତ୍ତୀ ସ୍ଥାନ ଗୁଡିକ ଟାଟା ଏସି ବ୍ୟାଟେରି ଗାଡ଼ି ଲଗାଇ ସଫେଇ କାର୍ଯ୍ୟ କରିବାକୁ ସ୍ଥାନୀୟ ଗୋÂୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ଗୋÂୀ ଉନ୍ନୟନ ଅଧିକାରୀ ବିଜୟ ବେହେରା, ତହସିଲଦାର ନିତେଶ୍ ତ୍ରିପାଠୀ, ଉପଖଣ୍ଡ ପୁଲିସ ଅଧିକାରୀ ସୀମା ସ୍ୱାଇଁଁ, ଭାରପ୍ରାପ୍ତ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ମନ୍ଦିର ଉନ୍ନୟନ କମିଟିର ଫାଉଣ୍ଡର ସଂପାଦକ ପ୍ରମୋଦ ପଣ୍ଡା, ମନ୍ଦିର ପ୍ରଶାସନିକ ଅଧିକାରୀ ଟି.କେ ରେ‡ୀ, ସେବାୟତ ସଭାପତି ତପନ ରଣା, ସଂପାଦକ ବାପୁଜୀ ରଣା, ମିଟୁ ରଣା, ଧ୍ରୁବଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons