ଜାମିନରେ ଆସି ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ: ୩ ଗୁରୁତର

Get real time updates directly on you device, subscribe now.

ନୀଳଗିରି : ଜାମିନରୁ ଆସି ଅରାଜକତା । ଜଣେ ଅଭିଯୁକ୍ତ ଜେଲରୁ ଜାମିନରେ ଆସି ଅଂଚଳରେ ଆତଙ୍କ ଖେଳାଇଛି । ତିନିଜଣ ମରଣାନ୍ତକ ଆକ୍ରମଣ କରି ଲହୂଲୁହାଣ କରିଥିବା ଜଣାପଡିଛି। ଘଟଣାରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।
ଖବର ଅନୁଯାୟୀ, ନୀଳଗିରି ଥାନା ମିରିଗିଣି ନିକଟ ନିଶଙ୍ଖପୁର ଅଞ୍ଚଳରେ ଆତଙ୍କ ଚଳାଇବା ସହ ଜଣେ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଆଭିଯୋଗରେ ତୁମ୍ବିତୋଫାନ ଉଠିଥିଲା। ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ ନୀଳଗିରି ବଉଳଗଡ଼ିଆ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଯାହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ପୁଣି କିଛି ଦିନ ପରେ ସେ ଜାମିନ ପାଇ ଆସି ପ୍ରତିହିଂସା ପରାୟଣ ହୋଇପଡିଥିବା ଅଭିଯୋଗ ଆସିଛି। ନୀଳଗିରି ବଉଳଗଡ଼ିଆ ରାସ୍ତା ଗୋପ ଛକ ଠାରେ ଏକ ଟ୍ରକ ସମ୍ମୁଖରେ ଆଡ୍ଡା ପକାଇ ଗାଡି ଚାଳକ ସାନପାଟପୁର ଅଂଚଳର ପିତାମ୍ବର ମଣ୍ଡଳ (୪୦)ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା।
ସେହିରାସ୍ତା ଦେଇ ଯାଉଥିବା ଲୋକମାନଙ୍କୁ ଭୟଭୀତ ମଧ୍ୟ କରିବା ସହ ଅଳସୁଆ ଗ୍ରାମର ସୁମନ୍ତ ବେହେରା (୪୨) ଓ ବାଉଁଶବଣିଆ ଅଂଚଳର ଲମ୍ବୋଧର ପଣ୍ଡିତ (୨୭) ପ୍ରତିବାଦ କରିଥିଲେ। ରାଜା ଦୁଇ ଜଣକୁ ଆକ୍ରମଣ କରିଥିବା ଜଣାପଡିଛି। ଘଟଣାସଂପର୍କରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ରାଜାକୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ବାରମ୍ବାର ଅଞ୍ଚଳର ରାଜା ଅରାଜକତା ନେଇ ଉତ୍ତେଜନା ବୃଦ୍ଧିପାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons