ଆସିକା,(ବି.ବି.ନୁ୍ୟଜ୍): ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି ହାତେଇ ଥିବା ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ ଗିରଫ କରିଛି ଆସିକା ପୁଲିସ । ଗିରଫ ଦୁଇ ଜଣ ହେଲେ ମଣ୍ଟାପଡ଼ା ହାଇସ୍କୁଲର ସରକାରୀ ଶିକ୍ଷକ ଓକିଲା ବିଷୋୟୀ ଓ କେନ୍ଦୁପଦର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ ସାହୁ । ପାଟପୁର ଥାନା ଅନ୍ତର୍ଗତ ଦଉଡ଼ିଆ ଗ୍ରାମର ଓକିଲା ଓ ଆସିକା ଥାନା ଅନ୍ତର୍ଗତ ମଣ୍ଟାପଡ଼ା ଗ୍ରାମର ଅଶୋକ ସାହୁ ନିଯୁକ୍ତି ସମୟରେ ଦେଇଥିବା ଶିକ୍ଷାଗତ ପ୍ରମାଣପତ୍ର ନକଲି ବୋଲି ଆସିକା ବ୍ଲକ୍ ଶିକ୍ଷା ଅଧିକାରୀ କୃତ୍ତିବାସ ବାରିକ ଗତ ଡିସେମ୍ବର ୪ରେ ଅଭିଯୋଗ କରିଥିଲେ । ପୁଲିସ ଥାନା କେସ ୪୬୬/୨୦୨୦ରେ ମାମଲା ରୁଜୁ ହୋଇଥିଲା । ତେବେ ଗିରଫ ଭୟରେ ଉଭୟ ଶିକ୍ଷକ ଫେରାର୍ ଥିଲେ । ତାଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଥିଲା । ଆଜି ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ପୂର୍ବରୁ ଫେବ୍ରୁଆରୀ ୨୯ରେ ୩ ଜାଲ୍ ଶିକ୍ଷକଙ୍କ ସହ ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିବା ଦୁଇ ଜଣଙ୍କୁ ମିଶାଇ ମୋଟ ୫ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ।
Comments are closed, but trackbacks and pingbacks are open.