
ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସ୍ଟି)କୁ ଆଜି ଦୁଇବର୍ଷ ପୂରିଛି । ୨୦୧୭ ଜୁଲାଇ ୧ରେ ଏହା ଲାଗୁ ହୋଇଥିଲା । ଏହାଦ୍ୱାରା ଦେଶରେ ପ୍ରଚଳିତ ଅନେକ ପରୋକ୍ଷ ଟିକସର ଅବସାନ ଘଟିଥିଲା । ଜିଏସ୍ଟି ଆରମ୍ଭର ପ୍ରଥମ ବର୍ଷ ଉଭୟ ସରକାର ଏବଂ ବ୍ୟବସାୟିକ ସଂସ୍ଥା ପାଇଁ ଆହ୍ୱାନର ବର୍ଷ ଥିଲା । କିନ୍ତୁ ପରେ ସ୍ଥିରତା ଆସିଥିଲା ଏବଂ ଜିଏସ୍ଟି ପରିଷଦ ଅନେକ ସମସ୍ୟାର ପ୍ରତିକାର କରି କାରବାର ଓ ଟିକସ ବ୍ୟବସ୍ଥାକୁ ସହଜ ଓ ସରଳ କରିଥିଲା ।
ଜିଏସ୍ଟି କାର୍ଯ୍ୟକାରୀ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୋଟ ୩୫ ଥର ଜିଏସ୍ଟି ପରିଷଦ ବୈଠକ ବସିଛି । ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ପ୍ରତିକାର ପାଇଁ ଆଲୋଚନା କରାଯାଇ ବୈଠକରେ ନୂଆ ନୂଆ ନିଷ୍ପତ୍ତି ନିଆଯାଇଛି । ରିଟର୍ଣ୍ଣ ଫାଇଲିଂକୁ ପୂର୍ବାପେକ୍ଷା ସରଳ କରାଯାଇଛି । ଅନେକ ସାମଗ୍ରୀ ଓ ସେବାରେ ଟିକସ ପରିମାଣ ହ୍ରାସ କରାଯାଇଛି ।
ସରକାର ନୂଆ ରିଟର୍ଣ୍ଣ ଫାଇଲିଂ ବ୍ୟବସ୍ଥା ଆଣି ବ୍ୟବସାୟୀଙ୍କ ଚିନ୍ତା ଦୂର କରିଛନ୍ତି । ଇ-ଇନ୍ଭଏସ୍ ବ୍ୟବସ୍ଥା ଆହୁରି ଏକ ଭଲ ପଦକ୍ଷେପ । ଏହାଦ୍ୱାରା ଉଭୟ ବ୍ୟବସାୟୀ ଏବଂ ଟିକସ ଅଧିକାରୀ ଉପକୃତ ହୋଇଛନ୍ତି । ରିଫଣ୍ଡ ପ୍ରକ୍ରିୟାକୁ ମଧ୍ୟ ଆହୁରି ସରଳ କରାଯାଇଛି । ଠିକ୍ ସମୟରେ ରିଫଣ୍ଡ ପାଇଁ ଉଦ୍ୟମ କରାଯାଉଛି । ବିଶେଷକରି ସାମଗ୍ରୀ ରପ୍ତାନିକାରୀ ବହିଃଶୁଳ୍କରୁ ସିଧାସଳଖ ରିଫଣ୍ଡ ପାଉଛନ୍ତି । ସେବା ରପ୍ତାନିକାରୀ ତୁରନ୍ତ ୯୦ଧ ରିଫଣ୍ଡ ପାଇବାକୁ ସମର୍ଥ ହେଉଛନ୍ତି ।
Comments are closed, but trackbacks and pingbacks are open.