ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆକୁ ପଛରେ ପକାଇ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଟେଲିକମ୍ କମ୍ପାନିରେ ପରିଣତ ହୋଇଛି । ବ୍ୟବସାୟିକ ସେବା ଆରମ୍ଭ କରିବାର ୩ ବର୍ଷରୁ କମ୍ ସମୟ ମଧ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୩୩ କୋଟି ୧୩ ଲକ୍ଷ ଛୁଇଁଛି । ଅପରପକ୍ଷରେ ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟା ହ୍ରାସ ଘଟି ୩୨ କୋଟିରେ ପହଞ୍ଚି ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ଭାରତୀୟ ଏୟାରଟେଲ ଗ୍ରାହକ ସଂଖ୍ୟାରେ ତୃତୀୟ ସ୍ଥାନକୁ ଖସିଛି ।
Comments are closed, but trackbacks and pingbacks are open.