ଜିପିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଡାବୁଗାଁ ବ୍ଲକ ବିଏଇଓମାନେ

Get real time updates directly on you device, subscribe now.

ନବରଙ୍ଗପୁର (ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର Gpo ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଡାବୁଗାଁ ବ୍ଲକର (BLO) ବିଏଲ.ଓ ମାନେ । ଡାବୁଗାଁ ଏକ୍ଟ୍ରକ୍ଟ ବା ଗ୍ରାମ ସମ୍ପ୍ରସାରଣ ଅଧିକାରୀ ସବୁବେଳେ ବି.ଏଲ.ଓ ମାନଙ୍କୁ ବିଏଲଓ କାର୍ୟ୍ୟକ୍ରମ ମାନଙ୍କ ରେ ଅସଂମ୍ମାନ ପ୍ରଦର୍ଶନ କରୁଥିବା ଏବଂ ବିଭିନ୍ନ କାର୍ୟ୍ୟକ୍ରମ ପାଇଁ ସବୁବେଳେ ଡାକି କାର୍ୟ୍ୟକ୍ରମ ରେ ଆସୁ ନାଥିବା ଏବଂ ବିଏଲଓ ମାନଙ୍କ ସମୟର ଅପଚୟ କରୁଛନ୍ତି । ଏବିଷୟରେ ସମବାର ଦିନ ମଧ୍ୟ କାର୍ୟ୍ୟକ୍ରମ ପାଇଁ ଡାକି ସନ୍ଧ୍ୟା ପ୍ରାୟ ୫ ଘଣ୍ଟ ପର୍ୟ୍ୟନ୍ତ ଅପେକ୍ଷା କରାଇବା ପରେ ମଧ୍ୟ ଏକ୍ଟ୍ରକ୍ଟ ନା କୌଣସି ସୁପ୍ରବାଇଜର ବ୍ଲକ ର ମିଟିଙ୍ଗ ହଲ୍ କୁ ଆସିଥିଲେ ।ବାଧ୍ୟ ହୋଇ ବିଏଲଓ ମାନେ ସୋମବାର ଦିନ ଏକ୍ଟ୍ରକ୍ଟ ସଦାଶିବ ସାହୁଙ୍କ ବିରୋଧରେ ଡାବୁଗାଁ ବିଡ଼ିଓ ରଞ୍ଜିତା ମେରୀ ନାୟକ ଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କାମରେ ଉପୁଜୁ ଥିବା ସମସ୍ୟାର ସମାଧାନ ଯଥା ଶୀଘ୍ର କରନ୍ତୁ ବୋଲି ନିବେଦନ କରିଛନ୍ତି । ଡାବୁଗାଁ Gpoଙ୍କୁ ଯଗାଯୋଗ କରିବାରୁ ଏସବୁ ମିଥ୍ୟା ଅଭିଯୋଗ କହିବା ସହ ଆଜି ସୁପ୍ରବାଇଜର ମାନେ ଆସିବାରେ ବିଳମ୍ବ କରିଥିବାରୁ ଭୋଟର ସଂସଧନ କାମ ବିଳମ୍ବ ହୋଇଥିବା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons