ନୂଆଦିଲ୍ଲୀ:ଗତ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଗ୍ରାମୀଣ ଭାରତକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏଥିମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ‘ଜିରୋ ବଜେଟ ଚାଷି’ । ଏଠାରେ ପ୍ରଶ୍ନ ଉଠେ ଏହାର ଅର୍ଥ କ’ଣ ଏବଂ ଏହି କନ୍ସେପ୍ଟ କେଉଁଠୁ ଆସିଛି ।
ଜିରୋ ବଜେଟ ଚାଷର ଅର୍ଥ ହେଉଛି ଚାଷୀ ଯାହାକିଛି ଫସଲ ଅମଳ କରିବ ସେଥିରେ ସାର, କୀଟନାଶକର ବ୍ୟବହାର ହେବ ନାହିଁ । ସରଳ ଭାଷାରେ ସରକାର ଚାଷୀଙ୍କୁ ପ୍ରାକୃତିକ ଚାଷଜମିରେ ଅମଳ କରିବା ପାଇଁ ପ୍ରେରିତ କରୁଛନ୍ତି ।
ପ୍ରାକୃତିକ ଚାଷରେ ଚାଷୀ ରାସାୟନିକ ସାର ବଦଳରେ ଗୋବରରୁ ପ୍ରସ୍ତୁତ ଖତ ବ୍ୟବହାର କରିବ । ଏହି ଖତ ଗାଇ ତଥା ମଇଁଷି ଗୋବର, ଗୋମୂତ୍ର, ଚଣା ବେସନ, ଗୁଡ, ମାଟି ତଥା ପାଣିରେ ପ୍ରସ୍ତୁତ ହୋଇଥାଏ । ଏହି ଚାଷଜମିରେ ସମୟ ବ୍ୟବଧାନରେ କୀଟନାଶକ ବଦଳରେ ଲିମ୍ବ ଏବଂ ଗୋମୂତ୍ରର ବ୍ୟବହାର କରାଯାଇଥାଏ । ଫଳରେ ଫସଲରେ ରୋଗ ହେବାର ସମ୍ଭାବନା ଅତ୍ୟନ୍ତ କମ୍ ଥାଏ ।
Comments are closed, but trackbacks and pingbacks are open.