ବଲାଙ୍ଗିର: ଟିଟିଲାଗଡ଼ ବ୍ଲକ ନିମୁର୍ଲା ଗାଁରେ ଗୁଣିଗାରେଡ଼ି ସନେ୍ଦହ କରି ଗାଁରୁ ବାସନ୍ଦ କରାଯାଇଥିବା ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ କନ୍ଧ ସମାଜ ରାଜରାସ୍ତାକୁ ଓହ୍ଲାଇଛି । ଆଜି ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସଂଗଠନର କର୍ମକର୍ତ୍ତା ପାରମ୍ପରିକ ବାଦ୍ୟ ବଜାଇ, ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ଆସିଥିଲେ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବାସନ୍ଦ ପରିବାରକୁ ଗାଁକୁ ଫେରାଇ ଆଣିବା ଓ ସୁରକ୍ଷା ଦେବା ପାଇଁ ଦାବିକରି ବିକ୍ଷୋଭ କରିଥିଲେ । ପରେ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଉପଜିଲ୍ଲାପାଳ ଲମ୍ବୋଧର ଧରୁଆଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଅଭିଯୋଗ ଅନୁସାରେ, ଗତ ୧ ତାରିଖରେ ଟିଟିଲାଗଡ଼ ବ୍ଲକ ଦିଗସିରା ପଞ୍ଚାୟତ ନିମୁର୍ଲା ଗାଁରେ ବ୍ରଜ ଭୋଇଙ୍କ ପରିବାରକୁ ଗୁଣିଗାରେଡି ସନେ୍ଦହରେ ନିର୍ଯ୍ୟାତନା ଦିଆଯାଇଥିଲା । ଶ୍ରୀ ଭୋଇଙ୍କ ପରିବାର ଗାଁର କିଛି ଯୁବତୀଙ୍କୁ ଗୁଣିଗାରେଡି କରିଥିବା ଅଭିଯୋଗ କରି ସରପଞ୍ଚଙ୍କ ନେତୃତ୍ୱରେ କେତେକ ଗ୍ରାମବାସୀ ବୈଠକକୁ ଡାକି ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘର ଆସବାବପତ୍ର ଭାଙ୍ଗିଦେଇଥିଲେ । ଏଥିସହ ପରିବାରକୁ ଗାଁରୁ ବାସନ୍ଦ କରି ତଡିଦେଇଥିଲେ । ଫଳରେ ଉକ୍ତ ପରିବାରର ବୃଦ୍ଧ, ମହିଳା ଓ ଶିଶୁଙ୍କୁ ମିଶାଇ ସମୁଦାୟ ୧୩ ଜଣ ଗାଁ ଛାଡି ଅନ୍ୟଗାଁରେ ରହୁଛନ୍ତି । ଏନେଇ ସିନେ୍ଧକେଲା ଥାନାରେ ଲିଖିତ ଅଭିଯୋଗ ହେବା ସହ ପରିବାର ଟିଟିିଲାଗଡ ଏସଡିପିଓଙ୍କ ସମେତ ଗତ ୧୩ ତାରିଖରେ ଏସପିଙ୍କୁ ମଧ୍ୟ ଭେଟିଥିଲେ । ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଏହାର ପ୍ରତିବାଦ କରି ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ତୁରନ୍ତ ଏହି ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବାସନ୍ଦ ପରିବାରକୁ ଗାଁକୁ ଫେରାଇ ଆଣିବା ଓ ସୁରକ୍ଷା ଯୋଗାଇ ଦେବାକୁ ଦାବିକରିଥିଲେ । ଏଥିସହ ସ୍ଥାନୀୟ ଅଞ୍ଚଳରେ ଜାତୀୟ ରାଜପଥ କଡରେ ଜଣେ ବ୍ୟକ୍ତି ଆଶ୍ରମ ତିଆରିକରି ଆଦିବାସୀଙ୍କୁ ଗୁଣିଗାରେଡି ଆଦି କାର୍ଯ୍ୟାରେ ଲିପ୍ତ ରଖୁଥିବାରୁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ଦାବି କରିଥିଲେ । ଯଦି ଦୁଇ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାନଯାଏ । ତେବେ ସମାଜ ଆନେ୍ଦାଳନକୁ ଜୋରଦାର କରିବ ବୋଲି ସଭାପତି ସୁରେଶ ଭୋଇ ଚେତାବନୀ ଦେଇଛନ୍ତି ।
ରିପୋର୍ଟ ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ
Comments are closed, but trackbacks and pingbacks are open.