ଜିଲ୍ଲାପାଳଙ୍କ ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍!

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନ୍ୟୁଜ୍): କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ବ୍ୟକ୍ତିଗତ ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍ କରାଯାଇଛି । କେହି ହ୍ୟାକର୍ ଏଭଳି କାର୍ଯ୍ୟ କରିଥିବା ସନ୍ଦେହ କରାଯାଉଛି । ନିଜେ ଜିଲ୍ଲାପାଳ ତାଙ୍କ ଫେସ୍ବୁକ୍ରେ ଏନେଇ ସୂଚନା ଦେଇଛନ୍ତି । ଡ. ବୃନ୍ଦା ଫେସ୍ବୁକ୍ରେ ଏକ ପୋଷ୍ଟ୍ ଜରିଆରେ କେହି ତାଙ୍କ ଆକାଉଣ୍ଟ୍ ହ୍ୟାକ୍ କରି ତାଙ୍କର କିଛି ବନ୍ଧୁଙ୍କ ଠାରୁ ଟଙ୍କା ମାଗୁଥିବା ଦର୍ଶାଇଛନ୍ତି । କେହି ଏଥିରେ ବିଶ୍ୱାସ ନକରିବାକୁ ମଧ୍ୟ କନ୍ଧମାଳ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାରେ ହ୍ୟାକ୍ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି । ତେବେ ଏହା ତାଙ୍କର ବ୍ୟକ୍ତିଗତ କଥା ବୋଲି ପ୍ରକାଶ କରି ଅଧିକ କିଛି କହିବାକୁ ମନା କରି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons