
ମାଲକାନଗିରି,(ବି.ବି.ନୁ୍ୟଜ): ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁରଜପୁର ଜିଲ୍ଲାପାଳଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ବିଚ୍ରାସ୍ତାରେ ଚାପୁଡ଼ା ମାରିବା ସହ ମୋବାଇଲ୍ ଫୋନ୍ ଭାଙ୍ଗି ଦେଇଛନ୍ତି । ଏହି ଭିଡିଓ ଭାଇରାଲ୍ ହୋଇଛି । ଜିଲ୍ଲାପାଳଙ୍କ ଦବଙ୍ଗଗିରି ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ଘଟଣା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ ଜିଲ୍ଲାପାଳଙ୍କୁ ଛୁଟିରେ ରହିବା ପାଇଁ ନିଦେ୍ର୍ଧଶ ଦେଇ ସେଠାରେ ଆଉ ଜଣେ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଘଟଣା ଏବେ ସମଗ୍ର ଛତିଶଗଡ଼ ଓ ସୀମାନ୍ତ ଓଡ଼ିଶାରେ ମୁଖ୍ୟଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ କରୋନା ମହାମାରୀ ସଂକ୍ରମଣରୁ ସୁରକ୍ଷିତ ରହିବା ନିମନ୍ତେ ଛତିଶଗଡ଼ରେ ସଟ୍ଡାଉନ୍ ଓ ଲକ୍ଡାଉନ୍ କରାଯାଇଛି । ଆଜି ସୁରଜପୁର ଜିଲ୍ଲାପାଳ ରଣିବୀର ଶର୍ମା ରାଜରାସ୍ତାରେ ବୁଲି ସଟ୍ଡାଉନ୍ ସ୍ଥିତି ଅନୁଧ୍ୟାନ କରୁଥିାଲ । ଜଣେ ଯୁବକ ତାଙ୍କ ସାମ୍ନାରେ ବାଇକ୍ ଯୋଗେ ପଳାଇଥିଲେ । ପୁଲିସ ଦ୍ୱାରା ସେହି ଯୁବକଙ୍କୁ ଅଟକାଇ କୁଆଡେ଼ ଯାଉଛ ବୋଲି ପଚାରିଥିଲେ । ଟିକା ନେବାକୁ ହସ୍ପିଟାଲ୍ ଯାଉଛି ବୋଲି ଯୁବକ ଜଣକ ମୋବାଇଲ୍ରେ ମେସେଜ୍ ଦେଖାଇଥିଲେ । ଜିଲ୍ଲାପାଳ ରାଗି ଯାଇ ଯୁବକଙ୍କ ମୋବାଇଲ୍ କଚାଡ଼ି ଭାଙ୍ଗିଦେବା ସହିତ ଶକ୍ତ ଚାପୁଡ଼ା ମାରିଥିଲେ । ଏତିକିରେ ତାଙ୍କ ମନ ମାନିଲା ନାହିଁ ଯେ, ବାଡିରେ ପିଟିବା ପାଇଁ ନିକଟରେ ଥିବା ପୁଲିସଙ୍କୁ କହିଥିଲେ । ପୁଲିସମାନେ ମଧ୍ୟ ଯୁବକଙ୍କୁ ଗାଈଗୋରୁ ଭଳି ପିଟିଥିଲେ । ଜଣେ ଆଇଏଏସ ଅଧିକାରୀ ଜିଲ୍ଲାପାଳଙ୍କ ଏହି ଦବଙ୍ଗଗିରିର ଭିଡିଓ କେହି ଜଣେ ମୋବାଇଲ୍ରେ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ । ସେହି ଭିଡିଓଟି ମୋବାଇଲ୍ରୁ ମୋବାଇଲ୍ ଘୂରି ବୁଲୁଛି । ଜିଲ୍ଲାପାଳଙ୍କ କାର୍ଯ୍ୟକୁ ଆଇଏଏସ୍ ସଂଘ ନିନ୍ଦା କରିଛି । ଆଇଏଏସ ଅଧିକାରୀଙ୍କ ଦବଙ୍ଗଗିରିର ଭିଡିଓ ଦେଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଗେଲ ଆଜି ସଙ୍ଗେ ସଙ୍ଗେ ସୁରଜପୁର ଜିଲ୍ଲାପାଳ ଶ୍ରୀ ଶର୍ମାଙ୍କୁ ତୁରନ୍ତ ଛୁଟିରେ ପଳାଇବା ନିଦେ୍ର୍ଧଶ ଦେଇ ସୁରଜପୁରରେ ଆଉଜଣେ ଜିଲ୍ଲାପାଳଙ୍କୁ ନିଯୁକ୍ତି କରିଛନ୍ତି । ଅପରପକ୍ଷରେ ସୁରଜପୁର ଜିଲ୍ଲାପାଳ ଶ୍ରୀ ଶର୍ମା ଭିଡିଓରେ କ୍ଷମା ମାଗି କହିଛନ୍ତି, ମୋର ସେପରି କରିବାର ନ ଥିଲା ।


Comments are closed, but trackbacks and pingbacks are open.