ଉମରକୋଟ,(ବି.ବି.ନୁ୍ୟଜ୍): ମୋ ସରକାର ଯୋଜନାର ସଫଳ ରୂପାୟନ ପାଇଁ ଆଜି ନବରଙ୍ଗପୁର ଜିଲ୍ଲାପାଳ ଜ. ଅଜିତ କୁମାର ମିଶ୍ର ଏବଂ ଏସ୍ପି ନୀତିନ କୁଲଶେଖର ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ପରିଦର୍ଶନ ବେଳେ ମେଡିକାଲ୍ କର୍ମଚାରୀଙ୍କ ରୋଗୀସେବା ଦେଖି ଖୁସି ପ୍ରକଟ କରିଥିବା ବେଳେ ହସ୍ପିଟାଲ ପରିସର ପରିଷ୍କାର ପରିଚ୍ଛନ୍ନ ନଥିବାରୁ ବିରକ୍ତି ପ୍ରକାଶ କରିଥିଲେ ।
ଜିଲ୍ଲାପାଳ ଡ.ମିଶ୍ର ଚିକିତ୍ସାଳୟର ବହିଃର୍ବିଭାଗ, ଅନ୍ତଃବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗକୁ ଯାଇ ସ୍ଥିତି ପରଖିଥିଲେ । ରୋଗୀ ସେବା ଦିଆଯାଉଥିବା ଔଷଧପତ୍ର ଦେଖିଥିଲେ । ପରେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଏନେଇ ସମୀକ୍ଷା କରିଥିଲେ । ପୂର୍ବରୁ ମେଡିକାଲ୍ର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ କିଭଳି ସେବା ମିଳୁଛି ପଚାରି ବୁଝିଥିଲେ । ଲୋକଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇବା ପରେ ଚିକିତ୍ସାଳୟରେ ରୋଗୀ ସେବାକୁ ନେଇ ଜିଲ୍ଲାପାଳ ପ୍ରଶଂସା କରିଥିଲେ । କିନ୍ତୁ ଚିକିତ୍ସାଳୟ ପରିବେଶ ଅପରିଷ୍କାର ଥିବା ଦେଖି ଜିଲ୍ଲାପାଳ ଉଦ୍ବେଗ ପ୍ରକାଶ ପରିବା ସହ ସଫେଇ ଦିଗରେ ଅଧିକ ସଜାଗ ରହିବା ଲାଗି ତାଗିଦ କରିଥିଲେ । ପାଇଖାନାଗୁଡିକ ଅପରିଷ୍କାର ଥିବା ସହ ସେଠାରେ ତାଲା ପଡିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଜନସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ପାଇଖାନାକୁ କାହିଁକି ତାଲା ପକାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଜନସାଧାରଣଙ୍କ ସୁବିଧା ପାଇଁ ତୁରନ୍ତ ପାଇଖାନାର ତାଲା ଖୋଲିବା ଲାଗି କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲା । ନିୟମ ଅନୁଯାୟୀ ପ୍ରତିଦିନ ରୋଗୀଙ୍କ ଶଯ୍ୟାରେ ଅଲଗା ରଙ୍ଗର ନଚେତ୍ ଧଳାରଙ୍ଗର ବେଟ୍ ସିଟ୍ ପକାଯିବା କଥା । କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖାଯାଇଥିଲା । ଏହାକୁ ସୁଧାରିବା ଲାଗି ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ ପଣ୍ଡାଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଦୁଇ ତିନି ଦିନ ଭିତରେ ପରିସର ସଫାସୁତୁରା କରିବା ପାଇଁ ତାଗିଦ୍ କରିଥିଲେ । ପରେ ମେଡିକାଲ୍ର ବିଭିନ୍ନ ସମସ୍ୟା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ମେଡିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି, ରକ୍ତଭଣ୍ଡାର ସ୍ଥାପନ ପାଇଁ ମେଡିକାଲ୍ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ୟା ସମ୍ପର୍କରେ ଅବଗତ ହେବାପରେ ଜିଲ୍ଲାପାଳ ଡ. ମିଶ୍ର ରକ୍ତଭଣ୍ଡାର ପ୍ରତିÂା ପାଇଁ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ଡାକ୍ତର ପଣ୍ଡାଙ୍କୁ ପରାମର୍ଶ ଦେଇଥିଲେ ।
Comments are closed, but trackbacks and pingbacks are open.