ଜିଲ୍ଲାପାଳ ଓ ବରିଷ୍ଠ ଓଏସ୍‌ସ୍ତରରେ ଅଦଳବଦଳ

Get real time updates directly on you device, subscribe now.

ଭୁବନେଶ୍ୱର – ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ଝାରସୁଗୁଡାର ପୂର୍ବତନ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ବରଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ଉପରେ ଥିବା ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଓଡିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଛି । ଏହି ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ସରୋଜ କୁମାର ସାମଲଙ୍କୁ ଝାରସୁଗୁଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।ରାଜସ୍ୱ ପରିଷଦର ଦ୍ୱାରା ଭୁବନେଶ୍ୱରରେ ସ୍ଥାପିତ ରିଭିଜନ୍‌ କୋର୍ଟର ଅତିରିକ୍ତ କମିଶନର ଡକ୍ଟର ଭବାନୀ ମହାନ୍ତିଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ନୟାଗଡ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦେଶକ ସନ୍ତୋଷୀ ସାହୁଙ୍କୁ ରାଜସ୍ୱ ପରିଷଦର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ରାଉରକେଲା ତହସିଲଦାର ବିଶ୍ୱ ରଞ୍ଜନ ରଥଙ୍କୁ ସୁନ୍ଦରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons