ଜିଲ୍ଲାରେ ଚାଲିଛି ଅନଫିଟ୍ ଆମ୍ବୁଲାନ୍ସ

Get real time updates directly on you device, subscribe now.

ରାୟଗଡା,(ବି.ବି.ନୁ୍ୟଜ୍): ଆମ୍ବୁଲାନ୍ସ ରୋଗୀଙ୍କ ଜୀବନ ରକ୍ଷକ କବଚ । କିନ୍ତୁ ଏବେ ଏହା ରୋଗାକ୍ରାନ୍ତ । ଏଭଳି ସ୍ଥିତି ଦେଖାଦେଇଛି ସମଗ୍ର ରାୟଗଡା ଜିଲ୍ଲାରେ । ଜିଲ୍ଲାରେ ଚାଲୁଥିବା ୧୫ଟି ୧୦୮ ଓ ୧୨ ଟି ୧୦୨ ଆମ୍ବୁଲାନ୍ସ ଅବସ୍ଥା ସାଂଘାତିକ । ରାସ୍ତାରେ ଗଡିବାକୁ ଯୋଗ୍ୟ ନଥିବା ଆମ୍ବୁଲାନ୍ସ ପ୍ରତିଦିନ ରୋଗୀ ବୋହୁଛି । କେଉଁ ଗାଡିର ଗିୟରବାr ଠିକ କାମ କରୁନି ତ ଆଉ କେଉଁଟାର ଇଞ୍ଜିନ୍ ଶବ୍ଦ ହେଲାଣି । ୩୦ ମିନିଟ୍ର ରାସ୍ତାକୁ ଆମ୍ବୁଲାନ୍ସଗୁଡିକ ୫୦ ମିନିଟ୍ ନେଉଛନ୍ତି । ଆମ୍ବୁଲାନ୍ସଗୁଡିକ ଠିକ୍ ନଥିବାରୁ ଏହାର ଫାଇଦା ଘରୋଇ ଗାଡି ମାଲିକମାନେ ଉଠାଉଛନ୍ତି । କୋରାପୁଟ ଓ ବ୍ରହ୍ମପୁର ନେବା ପାଇଁ ରୋଗୀଙ୍କ ନିକଟରୁ ଚଢାଦର ଦାବି କରାଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ବେଆଇନ ଭାବେ ଜିଲ୍ଲାରେ ଅନଫିଟ୍ ଆମ୍ବୁଲାନ୍ସ ଚାଲୁଥିଲେ ମଧ୍ୟ ପରିବହନ ବିଭାଗ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁନି । ଏହା ପଛରେ ଏକ ବଡ଼ ର୍ୟାକେଟ କାମ କରୁଥିବା ଅଭିଯୋଗ ହେଉଛି ।
୨୦୧୩ରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲାକୁ ୧୦ଟି ୧୦୮ ଆମ୍ବୁଲାନ୍ସ ଯୋଗାଣ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ଯୋଗାଇ ଦିଆଯାଇଥିଲା । ଜିଲ୍ଲାକୁ ପ୍ରଥମେ ଆସିଥିବା ଆମ୍ବୁଲାନ୍ସଗୁଡିକୁ ତକ୍ରାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଉଦ୍ଘାଟନ କରିଥିଲେ । ଏବେ ପ୍ରାୟ ଅଧିକାଂଶ ଗାଡି ଅନଫିଟ୍ ଅବସ୍ଥାରେ ଚାଲୁଛି । ଅନେକ ଗାଡିର ସାଇରନ ମଧ୍ୟ ବାଜୁନାହିଁ । ଫଳରେ ରାସ୍ତାରେ ଯିବା ସମୟରେ ସାଇଡ ମିଳୁନାହିଁ । ଅrିଜେନ ସମେତ ଏସି କଥା ନକହିଲେ ଭଲ । ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ଜୀବନ ଏକପ୍ରକାର ବାଜି ଲାଗୁଛି । ଗତ ୧୬ତାରିଖ କଲ୍ୟାଣସିଂହପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବାଟରେ ଟାୟାର ପଙ୍କଚର୍ ହୋଇଯିବାରୁ ଚିକିତ୍ସାରେ ବିଳମ୍ବ ଯୋଗୁ ଜଣେ ରୋଗୀଙ୍କ ମୃତୁ୍ୟ ଘଟିଥିଲା । ସେହିଦିନ ସନ୍ଧ୍ୟାରେ ରାୟଗଡ଼ାକୁ ଆଉ ୪ଟି ଆମ୍ବୁଲାନ୍ସ ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ନାମ ଗୋପନ ସର୍ତ୍ତରେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କହିଛନ୍ତି ଯେ, ଜିଲ୍ଲାର ସମସ୍ତ ୧୦ ଟି ଆମ୍ବୁଲାନ୍ସ ମରାମତି ଆବଶ୍ୟକ କରୁଛି । କୌଣସି ଗୋଟିଏ ଗାଡ଼ିର ମଧ୍ୟ ରୋଗୀଙ୍କୁ ବୋହିବା ପାଇଁ ଯୋଗ୍ୟତା ନାହିଁ । ଗାଡିଗୁଡିକ ମରାମତି ହେଉନି କି ନୂତନ ଗାଡି ପ୍ରଦାନ କରାଯାଉନି । ୧୦୨ ଆମ୍ବୁଲାନ୍ସର ଅବସ୍ଥା ମଧ୍ୟ ସମାନ । ଜନନୀ ଶିଶୁ ସୁରକ୍ଷା ଯୋଜନାରେ ୧୦୨ ଆମ୍ବୁଲାନ୍ସ ଅନ୍ତର୍ଭୁକ୍ତ କରାଯାଇଛି । ଶିଶୁ ଓ ଗର୍ଭବତୀଙ୍କୁ ବୋହିବା ପାଇଁ ଏହା ନିୟୋଜିତ ହୋଇଥିଲେ ମଧ୍ୟ ନାଁକୁ ମାତ୍ର ଚାଲିଥିବା ଅଭିଯୋଗ ହୋଇଛି । ଘାଟି ଓ ସଂକୀର୍ଣ୍ଣ ରାସ୍ତାରେ ଆମ୍ବୁଲାନ୍ସଗୁଡିକ ଚାଲିବା ଉପଯୋଗୀ ହୋଇନାହିଁ । ଆମ୍ବୁଲାନ୍ସଗୁଡିକର ଅବସ୍ଥା ଏଭଳି ହୋଇଛି ଯେ, କେତେବେଳେ ମଧ୍ୟ ଦୁର୍ଘଟଣା ଘଟିପାରେ ବୋଲି ରୋଗୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରୁ ରୋଗୀଙ୍କୁ କୋରାପୁଟ କିମ୍ବା ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ଥାନାନ୍ତର ପାଇଁ ଡାକିଲେ ୧୦୮ ଆମ୍ବୁୁଲାନ୍ସ ଗୁଡିକ ଆସୁ ନାହାଁନ୍ତି । ଦୂରବାଟ ଯିବା ନିମନ୍ତେ ଆମ୍ବୁୁଲାନ୍ସର କ୍ଷମତା ନଥିବାରୁ ଖାଲି ନଥିବା କହି ରୋଗୀଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହାର ଫାଇଦା ଘରୋଇ ଆମ୍ବୁଲାନ୍ସଗୁଡିକ ଉଠାଉଛନ୍ତି । ଚଢାଦରରେ ରୋଗୀଙ୍କୁ ସ୍ଥାନାନ୍ତର କରୁଛନ୍ତି । ଘରୋଇ ଆମ୍ବୁଲାନ୍ସ ମାଲିକମାନେ ମଧ୍ୟ ଅତ୍ୟନ୍ତ ଖରାପ ଗାଡି ବ୍ୟବହାର କରୁଛନ୍ତି । ଆନ୍ଧ୍ରପ୍ରଦେଶରେ ରଦ୍ଧ ହୋଉଥିବା ଆମ୍ବୁଲାନ୍ସକୁ ଆଣି ଏଠି ବ୍ୟବହାର କରାଯାଉଛି । ୨୦୦୮ରୁ ଚାଲୁଥିବା ୫ଟି ୧୦୨ ଆମ୍ବୁଲାନ୍ସ ଖରାପ ଥିବା ଅଭିଯୋଗ ପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଏଗୁଡିକ ବଦଳାଇବା ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି । ଇତିମଧ୍ୟରେ ବହୁବର୍ଷ ବିତିଯାଇଥିଲେ ମଧ୍ୟ ପରିବର୍ତ୍ତନ କରାଯାଇ ନାହିଁ । ୧୦୮ ଓ ୧୦୨ ବ୍ୟତୀତ ସ୍ୱାସ୍ଥ୍ୟ ବିଭାଗର ଆହୁରି ୯ଟି ଆମ୍ବୁଲାନ୍ସ ରହିଛି । ଏହା ଦେୟମୁକ୍ତ ନୁହେଁ । ଏହି ଆମ୍ବୁଲାନ୍ସ ପାଇଁ ବିଭିନ୍ନ ମେଡିକାଲରେ ଭିନ୍ନ ଭିନ୍ନ ଦର ସ୍ଥିର ହୋଇଛି । ହେଲେ ଟଙ୍କା ନେଇ ତାହା ମଧ୍ୟ ଠିକ୍ ସେବା ପ୍ରଦାନ କରୁ ନଥିବା ଅଭିଯୋଗ ହୋଇଛି । ୧୦୮, ୧୦୨ ଓ ଦେୟ ଆମ୍ବୁଲାନ୍ସର ଚତୁଃପାଶ୍ୱର୍ ଫାଟି ଅାଁ କରିଥିବା ନଜରକୁ ଆସିଛି । ରୋଗୀ ଓ ସମ୍ପର୍କୀୟ ଅତ୍ୟନ୍ତ ବିପଦ୍ଜନକ ଅବସ୍ଥାରେ ଚିକିତ୍ସାଳୟକୁ ଆସିଛନ୍ତି । ଗମନାଗମନ ସୁବିଧା ଥିଲେ ମଧ୍ୟ ସେଠାକୁ କେତେକ ଆମ୍ବୁଲାନ୍ସ ଯାଇପାରୁନି । ଅନୁସନ୍ଧାନ ପରେ ଏଗୁଡିକ ଘାଟି ଚଢି ନପାରିବା ଅବସ୍ଥାରେ ରହିଥିବା ଜଣାପଡିଛି । ହେଲେ ଅନ୍ୟଉପାୟ ନଥିବାରୁ ରୋଗୀ ବାଧ୍ୟହୋଇ ଏଭଳି ଗାଡିରେ ଯାତାୟତ କରୁଛନ୍ତି । ରାୟଗଡା ଭଳି ଆଦିବାସୀବହୁଳ ଓ ଉପାନ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଉନ୍ନତମାନର ଆମ୍ବୁଲାନ୍ସ ପ୍ରଦାନ କରିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons