ଜୀବନ ବଞ୍ଚାଇବା ପାଇଁ ହାତୀର ସଂଗ୍ରାମ କୂଅରୁ ଉଦ୍ଧାର

Get real time updates directly on you device, subscribe now.

ଜୀବନ ସଂଗ୍ରାମରେ ଜିତିଗଲା ହାତୀ। କୂଅରେ ପଡିଯାଇ ଜୀବନ ବଞ୍ଚାଇବାକୁ କରୁଥିଲା କସରତ। ହେଲେ ବାରମ୍ବାର ହେଉଥିଲା ବିଫଳ।ଶେଷରେ ବନବିଭାଗର ଉଦ୍ୟମରେ କୂଅରୁ ଉଦ୍ଧାର ହେଲା ହାତୀ। ଅନୁଭବ କରିଥିଲା ମୁକ୍ତିର ଆନନ୍ଦ ଆଉ ମନ ଖୁସିରେ ଚାଲିଯାଇଥିଲା ନିଜ ଦଳକୁ। ଘଟଣାଟି ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନରେ।ତେବେ ଦୀର୍ଘଦିନରୁ କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ସୀମାନ୍ତ ରାଜ୍ୟ ଝାରଖଣ୍ଡରୁ ମାସେରୁ ଉର୍ଦ୍ଧ୍ବ ହେଲାଣି 21 ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରି ଚଳାଇଛନ୍ତି ଆତଙ୍କ। ଲାଗି ରହିଛି ହାତୀ-ମଣିଷ ଲଢ଼େଇ । ଆଉ ମାସକର ରହଣି ଭିତରେ ବଢିଛି ତାଙ୍କର ପରିବାରର ସଂଖ୍ୟା। ଏଇ ରହଣି ଭିତରେ ଦୁଇଟି ହାତୀଛୁଆ ଜନ୍ମ ହୋଇଛନ୍ତି । ହାତୀପଲ ବର୍ତମାନ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ବଡଦେଉଳି ଜଙ୍ଗଲରେ ଡେରା ପକାଇ ରହୁଛନ୍ତି । ଗତରାତିରେ ଏକ ମାଇ ହାତୀ ଚାଷଜମି ନିକଟରେ ଥିବା ଏକ କୂଅରେ ପଡିଯାଇ ବଞ୍ଚିବା ପାଇଁ କରୁଥିଲା ଗର୍ଜନ।ହାତୀର ଗର୍ଜନ ଶୁଣି ନିକଟରେ ଥିବା ବନବିଭାଗର ହାତୀ ଖେଦାଳିଦଳ ଘଟଣାସ୍ଥଳରେ ପହଞ୍ଚି କୂଅରେ ହାତୀ ପଡିଥିବାର ଦେଖିବାକୁ ପାଇଥିଲେ। ଆଉ ହାତୀଟି ଉପରକୁ ଉଠିବା ପାଇଁ ବାରମ୍ବାର ଚେଷ୍ଟାକରି ବିଫଳ ହେଉଥିଲା। ତେବେ ବିଳମ୍ବ ନକରି ହାତୀପଲଙ୍କୁ ଡ୍ରାଇଭ କରୁଥିବା ଟିମ ସଙ୍ଗେ ସଙ୍ଗେ ଜେସିବି ମେସିନ ଡାକି ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇବା ସହିତ ବନବିଭାଗର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons