ଜୀବନ ହାରିବା ପୂର୍ବରୁ ଫେସ୍ବୁକ୍ରେ ଶେଷ କଥା ଲେଖିଲେ ଇଞ୍ଜିନିୟରିଂ ଛାତ୍ର

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଆତ୍ମହତ୍ୟା ପୂର୍ବରୁ ଫେସ୍ବୁକ୍ରେ ଲେଖିଲେ ସୁଇସାଇଡ୍ ନୋଟ୍ । ଆଉ ସୁବଦିନ ପାଇଁ ସମସ୍ତଙ୍କୁ ବିଦାୟ ଦେଇ ଚୀର ନିଦ୍ରାରେ ଶୋଇଗଲେ । ଏଭଳି କିଚି ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁର ସହରରେ । ଇଞ୍ଜିନିୟରିଂ ସାରିଥିବା ୨୪ ବର୍ଷିୟ ହାର୍ଦ୍ଧିକ ପଟ୍ଟନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ତାଙ୍କ ଘରୁ ଆଜି ମିଳିଛି । ହେଲେ ଗତକାଲି ରାତି ୧୧ଯା ୨୮ ମିନିଟରେ ସେ କରିଥିବା ଶେଷ ଫେସ୍ବୁକ୍ ପୋଷ୍ଟ ସମସ୍ତଙ୍କୁ ଚକିତ କରିଛି । ଫେସ୍ବୁକ୍ରେ ସେ ଗତକାଲି ଲେଖିଥିଲେ ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି । ଯାହା ମୁଁ କରିବାକୁ ଯାଉଛି ସେଥିରେ କାହାରି ଦୋଷ ନାହିଁ । ମୁଁ ଏଥିପାଇଁ ଦାୟୀ ବୋଲି ଲେଖିଛନ୍ତି ହାର୍ଦ୍ଧିକ । ଆଉ ସକାଳୁ ପରିବାର ଲୋକେ ଘର କବାଟ ଖୋଲିବା ପରେ ତାଙ୍କ ମୃତଦେହ ମିଳିଥିଲା । ସେହିପରି ହାର୍ଦ୍ଧିକ ଗତକାଲି ରାତିରେ ଆଉ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ , ଜୀବନରେ କିଛି କରିପାରିନାହାନ୍ତି, ନା ଭଲ ମଣିଷ, ପୁଅ କିମ୍ବା ଛାତ୍ର ହୋଇପାିରଲେନି ବୋଲି ଲେଖିଛନ୍ତି । ଏହି ସବୁ ପୋଷ୍ଟ ଦେଖିବା ପରେ ଅନୁମାନ କରାଯାଉଛି ଯେ, ହାର୍ଦ୍ଧିକ କିଛି ଦିନରୁ ଅବସାଦରେ ଥିଲେ । ଇଞ୍ଜିନିୟରିଂ ସାରିବା ପରେ ସେ ବେଙ୍ଗାଲୁରୁକୁ ଚାକିରି ଖୋଜିବାକୁ ଯାଇଥିଲେ । ଗତ କିଛି ଦିନ ତଳେ ବ୍ରହ୍ମପୁର ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ଏଭଳି ଘଟଣା ପରେ ତାଙ୍କ ପରିବାର ପଡୋଶୀ ଏବଂ ବନ୍ଧୁଙ୍କ ମେଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons