ଜୁଆ ଆଡ୍ଡାରେ ଚଢ଼ଉ, ୬ ଗିରଫ

Get real time updates directly on you device, subscribe now.

ସାନଖେମୁଣ୍ଡି,(ବି.ବି.ନୁ୍ୟଜ): ପୋଡାମାରୀ ପଞ୍ଚାୟତ ଅନ୍ତର୍ଗତ ଗୋକର୍ଣ୍ଣମରୀପଲ୍ଲୀ ଗ୍ରାମରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ପାଟପୁର ପୁଲିସ ଏକ ଜୁଆ ଆ‡ାରେ ଚଢ଼ଉ କରିଛି । ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ଠାରୁ ୧୦୦୫୦ ଟଙ୍କା ଓ ୩ଟି ବାଇକ ଜବତ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ସପ୍ତାହ ମଧ୍ୟରେ ପାଟପୁର ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ଉ କରି ଗିରଫ କରିଥିବା ଜଣାପଡ଼ିଛି । ଶନିବାର ଗୋକର୍ଣ୍ଣମରୀପଲ୍ଲୀ ଗ୍ରାମରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୁଲିସ ଚଢ଼ଉ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମକଦ୍ଧମା ରୁଜୁ କରି ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons