ଜୁଆ ଆଡ୍ଡା ଉପରେ ଚଢଉ କଲା ପୋଲିସ୍ : ୩ଗିରଫ

Get real time updates directly on you device, subscribe now.

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଆଢୁଆଁ ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ବାସୁଦେବପୁର ପୋଲିସ ଅଚାନକ ଚଢଉ କରି ୩ଜଣଙ୍କୁ ଗିରଫ କରିବା ସହିତ ନଗଦ ଟଙ୍କା ଓ ବ୍ୟବହୃତ ସାମଗ୍ରୀ ଜବତ କରିଛି।
ଗତକାଲି ବିଳମ୍ବିତ ରାତିରେ ଆଢୁଆଁ ଗ୍ରାମର ଏକ ନିଛାଟିଆ ସ୍ଥାନରେ ଜୁଆ ଖେଳ ଚାଲିଥିବା ଖବର ପାଇ ବାସୁଦେବପୁର ଥାନା ପୋଲିସ ଚଢଉ କରିଥିଲେ। ଆଢୁଆଁ ଗ୍ରାମର କୁମା ମଳିକ,ତପନ ମଳିକ ଓ ଜୋଗେନ୍ଦ୍ର ମଳିକକୁ ପୋଲିସ କାବୁ କରିନେଇଥିଲେ। ଏହି ଜୁଆଡିଙ୍କ ସମେତ ନଗଦ ଟଙ୍କା ଓ ବ୍ୟବହୃତ ପାଲି,୩ଟି ମୋବାଇଲ୍ ଜବତ କରିଥିବା ଥାନାଧିକାରୀ ମଧୁମିତା ମହାନ୍ତିଙ୍କ ସୂଚନାରୁ ପ୍ରକାଶ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons