ଜୁଆ ଆଡ୍ଡା ଉପରେ ଚଢଉ, ୭ ଗିରଫ

Get real time updates directly on you device, subscribe now.

ଜୟପୁର: ସ୍ଥାନୀୟ ଢେପଗୁଡ଼ା ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରିଛି ଟାଉନ ପୁଲିସ । ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ମହାରାଣୀପେଟା ଅଞ୍ଚଳର ପି. ଜି. ରାଓ(୩୮), ଏମ୍. ଏ. ରାଓ(୩୨), ପି. ଏସ୍. ମୂର୍ତ୍ତି(୩୬), ଏମ୍. ଆର. ପି. ରାଓ(୪୧), ଏଲ୍. ଏଲ୍. ଏସ୍. ଏସ୍. ରାଓ(୩୮), ନୂଆସାହି ଅଞ୍ଚଳର ୱାଇ.ଏସ୍. ରାଓ(୪୨) ଏବଂ ପ୍ରସାଦରାଓପେଟାର ବି. ଏସ୍. ରାଓ(୩୮) । ଅଭିଯୁକ୍ତଙ୍କ ପାଖରୁ ୩ଟି ବାଇକ୍, ନଗଦ ୧୧ ହଜାର ୧୦୦ ଟଙ୍କା, ୭ଟି ମୋବାଇଲ ଏବଂ ଖେଳ ସାମଗ୍ରୀ ଜବତ କରାଯାଇଛି । ଗିରଫ ପରେ ଧାରା ୪୧ରେ ସମସ୍ତଙ୍କୁ ନୋଟିସ୍ ଦେଇ ଛଡ଼ାଯାଇଥିବା ଆଇଆଇସି ସଞ୍ଜୟକୁମାର ମଣ୍ଡଳ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୨୩ ତାରିଖ ରାତିରେ ଢେପଗୁଡ଼ା ଅଞ୍ଚଳରେ ଥିବା ଏକ ଦୋକାନ ଘର ପଛ ପଟେ ଜୁଆ ଖେଳ ଚାଲିଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ଏଏସ୍ଆଇ କେ. ଲୋକେଶ୍ୱର ରାଓ ଏବଂ ଅନ୍ୟ କର୍ମଚାରୀ ଜୁଆ ଆଡ୍ଡାରେ ଚଢଉ କରିଥିଲେ । ସେଠାରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଖେଳ ସାମଗ୍ରୀ, ଟଙ୍କା ଏବଂ ମୋବାଇଲ ଜବତ କରାଯାଇଥିଲା । ସମସ୍ତଙ୍କୁ ଥାନାକୁ ଅଣାଯାଇ ଏକ ମାମଲା ରୁଜୁ କରାଯାଇଥିଲା । ଏସ୍ଆଇ ବିଷ୍ଣୁଚରଣ ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons