ଜୁଆ ଆଡ୍ଡା ଉପରେ ଚଢାଉ, ୯ ଜୁଆଡିଙ୍କଠାରୁ ୫୦ହଜାର ଟଙ୍କା ଓ ୯ଟି ମୋବାଇଲ୍ ଜବତ

Get real time updates directly on you device, subscribe now.

ଜୟପୁର : ଜୟପୁରର ଏକ ଜୁଆ ଆଡ୍ଡା ଉପରେ ଟାଉନ ପୋଲିସର ଚଢାଉ । ୯ଜଣ ଜୁଆଡିଙ୍କଠାରୁ ମୋଟ୍ ୫୦,୨୦୦ ନଗଦ ଟଙ୍କା ସହ ୯ଟି ମୋବାଇଲ ଜବତ କରିଛି ପୋଲିସ । ପାରାବେଡା ଅଂଚଳରେ ଏହି ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇବା ପରେ ପୋଲିସ ସେଠାରେ ଚଢାଉ କରିଥିଲା । ଜୁଆଡିମାନଙ୍କୁ ସିଆରପିସିର ଧାରା ୪୧ରେ ନୋଟିସ ଦେଇ ଛାଡି ଦିଆଯାଇଛି ।
ସହରରେ ଦିନକୁ ଦିନ ଚୋରୀ, ଡକାୟତି ଓ ଚୋରା ମଦ କାରବାର ସହ ଏପରି ଜୁଆ ଖେଳ ବଢିବାରେ ଲାଗିଛି । ଯାହାକୁ ନେଇ ସହରବାସୀ ଚିନ୍ତାରେ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons