ପାରଳାଖେମୁଣ୍ଡି,(ଆପ୍ର): ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆ‡ା ଉପରେ ଶନିବାର ରାତିରେ ପୁଲିସ ଚଢ଼ଉ କରି ୨୭ଜଣ ଜୁଆଡ଼ିକୁ ଗିରଫ କରିଛି । ଏନେଇ ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ୧୨ଟି ମୋବାଇଲ, ୫ଟି ବାଇକ ଏବଂ ୧ ଲକ୍ଷ ୩୧ ହଜାର ୨ ଶହ ଟଙ୍କା ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ପାରଳାଖେମୁଣ୍ଡି ରାମନଗର ଛକରେ ଚାଲିଥବା ଏକ ଜୁଆ ଆ‡ା ଉପରେ ପୁଲିସ ଚଢଉ କରି୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୪, ୧୦୦ଟଙ୍କା, ୩ଟି ମୋବାଇଲ୍, ତାସ୍ ପ୍ୟାକେଟ ଜବତ କରିଛି । ନୂଆ କାମ୍ପ ସାହିରେ ଚାଲିଥିବା ଆଉ ଏକ ଜୁଆ ଆ‡ା ଉପରେ ଚଢ଼ଉ କରି ପୁଲିସ ୧୫ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧ ଲକ୍ଷ ୧୩ ହଜାର ଟଙ୍କା, ୭ଟି ମୋବାଇଲ, ୨ଟି ତାସ୍ ପ୍ୟାକେଟ ଜବତ କରିଥିଲା । ସେହିପରି ପାରଳା ସାହିର ବାଜି ମଠରେ ଚାଲିଥିବା ଆଉ ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪,୧୦୦ ଟଙ୍କା, ୫ଟି ମୋବାଇଲ ଏବଂ ୫ଟି ମୋଟର ସାଇକେଲ ଜବତ ହୋଇଛି । ଏହି ସମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.