ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ଜୁନିୟର ସୁଟିଂ ଚାମ୍ପିଅନସିପ୍ରେ ଭାରତୀୟ ପ୍ରତିଯୋଗୀ ବେଶ ଉନ୍ନତ ପ୍ରଦର୍ଶନ ଜାରି ରଖିଛନ୍ତି । ପୁରୁଷ ୨୫ ମିଟର ରାପିଡ୍ ଫାୟାର ପିସ୍ତଲରେ ଆଜି ଅନୀଶ ଭନୱାଲା ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ସେ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହିଥିଲେ । ସେମିତି ଫାଇନାଲରେ ମୋଟ୍ ୫୮୪ ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ଇଭେଣ୍ଟରେ ଅନ୍ୟ ଦୁଇ ଭାରତୀୟ ଆଦର୍ଶ ସିଂହ ଓ ଆଗ୍ନେୟା କୌସିକ ଯଥାକ୍ରମେ ଚତୁର୍ଥ ଓ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲେ ।
ଭାରତ ମିକ୍ସଡ୍ ଦଳଗତ ଇଭେଣ୍ଟରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି । ରାଇଫଲ୍ ମିକ୍ସଡ୍ ଦଳଗତରେ ଶ୍ରେୟା ଅଗ୍ରୱାଲ ଓ ୟଶ ବର୍ଦ୍ଧନ ଯୋଡ଼ି ରୌପ୍ୟ ଜିତିଥିବାବେଳେ ମେହୁଳି ଘୋଷ ଓ ହ୍ରିଦୟ ହଜାରିକା ବ୍ରୋଞ୍ଜ ପଦକରେ ସନ୍ତୋଷ୍ଟ ହୋଇଥିଲେ । ଏଥିସହିତ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୮, ରୌପ୍ୟ ୮ ଓ ବ୍ରୋଞ୍ଜ ପଦକ ସଂଖ୍ୟା ୪ରେ ପହଞ୍ଚିଛି ।
Comments are closed, but trackbacks and pingbacks are open.