ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜୁନ୍ ୧ରୁ ଇଷ୍ଟକୋଷ୍ଟ ପକ୍ଷରୁ ୧୨ ଯୋଡ଼ା ଟ୍ରେନ୍ ଚାଲିବ । ଇଷ୍ଟକୋଷ୍ଟ ପକ୍ଷରୁ ଟ୍ରେନ୍ଗୁଡିକର ନାଁ ପ୍ରକାଶ କରାଯାଇଛି । ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର- ହାୱାଡା ଜନଶତାଦ୍ଧୀ ଏକ୍ସପ୍ରେସ୍ , ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଏବଂ ପୁରୀ-ସିଆଲଦା ଦ୍ରୁତ ଏକ୍ସପ୍ରେସ ଆସନ୍ତା ୧ ତାରିଖରୁ ଗଡିବ । ଏହାବ୍ୟତୀତ ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ, ସିକନ୍ଦରାବାଦ -ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ, ହାୱାଡା- ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, ଧାନବାଦ-ଆଲେପି ଏକ୍ସପ୍ରେସ, ହାୱାଡା- ଯଶୋବନ୍ଦପୁର ଦ୍ରୁତ ଏକ୍ସପ୍ରେସ୍ ମଧ୍ୟ ଟ୍ରେନ୍ ଚାଲିବ । ସେହିପରି ହାୱାଡା- ମୁମ୍ବାଇ, ହାୱାଡା- ଅହମ୍ମଦାବାଦ ଓ ହାୱାଡାରୁ ବଡ଼ବିଲ୍ ଏକ୍ସପ୍ରେସ ଚାଳିବା ନେଇ ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.