ଜୁଲାଇରୁ ପୃଥକ୍ ରାସ୍ତାରେ ଯିବେ ବେଜୋସ୍ ଦମ୍ପତି

Get real time updates directly on you device, subscribe now.

ୱାସିଂଟନ: ଆଉ କିଛିଦିନ ମଧ୍ୟରେ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ପତ୍ନୀ ମ୍ୟାକେଞ୍ଜି ବେଜୋସ୍ ପରସ୍ପର ଠାରୁ ଅଲଗା ହୋଇ ଭିନ୍ନ ଭିନ୍ନ ରାସ୍ତା ବାଛିବେ । ଆପୋସ ବୁଝାମଣା ପରେ ଉଭୟ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ବେଜୋସ୍ଙ୍କୁ ୩,୮୦୦ କୋଟି ଡଲାର (୨.୬୬ ଲକ୍ଷ କୋଟି ଟଙ୍କା)ର ଭରଣପୋଷଣ ଦେବାକୁ ହେବ । ମ୍ୟାକେଞ୍ଜି ଏହି ଭରଣପୋଷଣ ବାବଦରେ ଆମାଜନ୍ରୁ ୩,୮୦୦ କୋଟି ଡଲାରର ଅଂଶଧନ ହାତେଇବେ ।
ଏକ ସ୍ୱତନ୍ତ୍ର କୋର୍ଟରେ ଉଭୟଙ୍କ ଛାଡ଼ପତ୍ରକୁ ଚୂଡ଼ାନ୍ତ ରୂପ ଦିଆଯିବ । ବିଚାରପତିଙ୍କ କଲମ ସ୍ପର୍ଶରେ ଦୁହେଁ ୨୬ ବର୍ଷର ବୈବାହିକ ସମ୍ପର୍କ ତୁଟାଇ ପୃଥକ୍ ପୃଥକ୍ ରାସ୍ତାରେ ଚାଲିଯିବେ । ଏ ସମ୍ପବର୍କରେ ମତ ଦେଇ ଆମେରିକାନ୍ ଏକାଡେମି ଅଫ୍ ମାଟ୍ରିମୋନିଆଲ ଲୟର୍ସ ସଭାପତି ପିଟର ୱାଲଜର କହିଛନ୍ତି, ବେଜୋସ୍ ଦଶ୍ଛତିଙ୍କ ଛାଡ଼ପତ୍ର ହେଉଛି ସମସ୍ତ ଛାଡ଼ପତ୍ରର ଗଡ୍ଜିଲ୍ଲା (ସର୍ବାଧିକ ମୂଲ୍ୟର) । ଏଥିରେ ଯେଉଁ ପରିମାଣର ସମ୍ପତ୍ତି ସ୍ଥାନାନ୍ତର ହେବ, ତାହା ସର୍ବାଧିକ ବିବେଚିତ ହେବ । ଏହାକୁ ବିଶ୍ୱର ସବୁଠୁ ମହଙ୍ଗା ଛାଡ଼ପତ୍ର ବୋଲି କୁହାଯାଇ ପାରିବ । ସୂଚନା ମୁତାବକ, ଆମାଜନ୍ ପକ୍ଷରୁ ଏକ ନିୟାମକ ଫାଇଲିଂରେ ଅଂଶଧନ ସ୍ଥାନାନ୍ତର ନେଇ ସୂଚନା ଦିଆଯାଇଛି । ଜୁଲାଇରେ ହିଁ ଏହି ଅଂଶଧନ ସ୍ଥାନାନ୍ତର ହେବ । ଉଲ୍ଲେଖଯୋଗ୍ୟ, ୫୫ ବର୍ଷୀୟ ବେଜୋସ୍ ବିଶ୍ୱର ଶ୍ରେଷ୍ଠ ଧନୀ ବିବେଚିତ ହେଉଛନ୍ତି । କିନ୍ତୁ ୩,୮୦୦ କୋଟି ଡଲାର ସମ୍ପତ୍ତି ହସ୍ତାନ୍ତର ପରେ ସେ ଆଉ ଏହି ସ୍ଥାନରେ ରହିବେ ନାହିଁ ।
୨୦୧୯ ଜାନୁଆରୀ ୯ରେ ବେଜୋସ୍ ଦମ୍ପତି ଅଲଗା ହେବାକୁ ଟ୍ୱିଟରରେ ଘୋଷଣା କରିଥିଲେ । ଚଳିତବର୍ଷ ଏପ୍ରିଲ ୪ରେ ସେମାନଙ୍କ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଥିଲା । ତେବେ ଜୁଲାଇରେ ହିଁ ଛାଡ଼ପତ୍ରକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଅନେକ ବ୍ୟୟବହୁଳ ଛାଡ଼ପତ୍ର ଦେଖିବାକୁ ମିଳିଥିଲା । ଓରାକଲ୍ କର୍ପୋରେସନ୍ର ଲାରି ଏଲିସନ୍ ଏକାଧିକ ଥର ଛାଡ଼ପତ୍ର ଦେଇଥିଲା ବେଳେ ଏଥିପାଇଁ ତାଙ୍କୁ ଭରଣପୋଷଣ ବାବଦରେ ବିପୁଳ ଖର୍ଚ୍ଚ କରିବାକୁ ପଡ଼ିଥିଲା । ଏହାବ୍ୟତୀତ ଗୁଗୁଲ୍ ସହପ୍ରତିଷ୍ଠାତା ସର୍ଜି ବ୍ରିନ୍, ତୈଳ ବେପାରୀ ହାରୋଲ୍ଡ ହାମ୍ ମ୍ମ ବ୍ୟୟବହୁଳ ଛାଡ଼ପତ୍ରର ସାମ୍ନା କରିଥିଲେ । କଣ୍ଟିନେଣ୍ଟାଲ ରିସୋର୍ସେସ୍ ସିଇଓ ହାମ୍ ପତ୍ନୀ ସୁ ଆନ୍ ଆଣ୍ଣ ର୍ଲଙ୍କୁ ତାଙ୍କ ୧,୬୧୦ କୋଟି ଡଲାରର ସଶ୍ଛତ୍ତିରୁ ୯୭୨ ନିୟୁତ ଡଲାରର ସମ୍ପତ୍ତି ଦେବାକୁ ପଡ଼ିଥିଲା । ଏହାପରେ ଆଣ୍ଣ ର୍ାଲ ପୁଣି କୋର୍ଟରେ ଆବେଦନ କରି ଅଧିକ ଭରଣପୋଷଣ ମାଗିଥିଲେ । କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons